ନବ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ରେ ଯୋଗ ଦେଲେ ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ

Pradeep Kar

ବ୍ରହ୍ମପୁର, ୬/୬/୨୦୨୬ : ବ୍ରହ୍ମପୁର ଗାୟତ୍ରୀ ଶକ୍ତିପୀଠ ତତ୍ୱାବଧାନରେ ଗଞ୍ଜାମ ଜିଲ୍ଲା ଗୁରୁଣ୍ଠି ଗ୍ରାମରେ ଅନୁଷ୍ଠିତ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର କଳଶ ଯାତ୍ରା ଏବଂ ଦୀପ ଯଜ୍ଞରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଦ୍ୱାରା ଦ୍ୱାରା ଶୁଭାରମ୍ଭ କରାଯାଇଥିଲା ଏବଂ ତା ୬/୬/୨୦୨୬ ପ୍ରାତଃ ୮ ଘଂଟାରେ ଗୁରୁଣ୍ଠି ନୃସିଂହନାଥ ମନ୍ଦିର ନିକଟସ୍ଥ ଯଜ୍ଞ ଶାଳାରେ ଦେବ ଦମ୍ପତି ମାନଙ୍କ ଦ୍ୱାରା ଦେବା ଆବାହନ ଓ ଦେବପୂଜନ ପରେ ନବ କୁଣ୍ଡୀୟ ନବ ଚେତନା ଗାୟତ୍ରୀ ମହାଯଜ୍ଞ ପ୍ରାରମ୍ଭ ହୋଇଥିଲା ଏହି ଯଜ୍ଞ ରେ ୪୦ ଜଣ ଦୀକ୍ଷା ଗ୍ରହଣ କରିଥିଲା ବେଳେ ୫ଜଣ ମହିଳାଙ୍କ ଗର୍ଭଧାନ ସଂସ୍କାର ଓ ୩ଜଣ ମହିଳାଙ୍କ ମ୍ପୁଶବନ ସଂସ୍କାର କରାଯାଇଥିଲା।ଓଡ଼ିଶା ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ଜୟନ୍ତ ମିଶ୍ର ଯଜ୍ଞ ପରିଚାଳନା କରିଥିଲାବେଳେ ସଂଗୀତ ପରିଚାଳନା କରିଥିଲେ କୁମାରୀ ନିବେଦିତା, ଆକାଶ ଏବଂ ସ୍ୱର୍ଣ୍ଣିମ କୁମାର। ଗୁରୁଣ୍ଠି ଗ୍ରାମର ଗାୟତ୍ରୀ ପରିବାର ପରିଜନ ଏବଂ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର ଗାୟତ୍ରୀ ଶକ୍ତିପୀଠ ତତ୍ୱାବଧାନ ରେ ଯଜ୍ଞ ସଫଳ ହୋଇଥିବାରୁ ଗାୟତ୍ରୀ ଶକ୍ତିପୀଠର ବ୍ୟବସ୍ଥାପକ ପ୍ରଫୁଲ୍ଲ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶାନ୍ତି ପାଠ କରିଥିଲେ।

Also Read

Tags