ଦକ୍ଷିଣ ଓଡ଼ିଶା ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଓ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ସବୁ କ୍ଷେତ୍ରରେ ଦୀର୍ଘ୍ ବର୍ଷ ଧରି ଅବହେଳା କରାଯାଉଛି । ବିନା ପ୍ରଶ୍ନ ବିନା ଡିମାଣ୍ଡ ରେ କୌଣସି ପ୍ରକଳ୍ପ କାର୍ଯ୍ୟ ଭଲରେ ଭଲରେ ହେବା ନଜିର ନାହିଁ । ସରକାର୍ ଯିଏ ବା ଥାଉ ନା କାହିଁକି । ଯେତେ ଦାବି ପୂରଣ ହେଉଛି ତାହା ପୁଣି ସେ ପ୍ରକଳ୍ପ ଲୋକମାନଙ୍କର ସୁବିଧା ସୁଯୋଗ ବିକାଶ କାର୍ଯ୍ୟ ଭଳି ସୁଧାର ଆସିପରୁନାହି କି ଠିକ୍ ସେ ସୁହାଇଲା ଭଳି ପ୍ଲାନ୍ ହେଉନାହିଁ । ଯାହା ଦେଇନାହିଁନ୍ତି ଛାଡ ଆଉ ଯାହା ଦେଉଛନ୍ତି ସେଥିରେ ପୁଣି ମନମୁଖୀ କାର୍ଯ୍ୟ ଭଳି ପ୍ରକଳ୍ପ ବାବଦରେ ମଞ୍ଜୁରି ଦେଉଛନ୍ତିlବ୍ରହ୍ମପୁର ଭଳି ରେଶମ ସହର ଦକ୍ଷିଣ ଓଡିଶା ର ପ୍ରାଣକେନ୍ଦ୍ର। ଆସ୍କା ଲୋକ ସଭା କ୍ଷେତ୍ରରେ ରହିଛି ଚିନି କଳ ଓ ସୂତା କଳା, କିନ୍ତୁ ଏହା ସମ୍ପୂର୍ଣ୍ଣ ଜରା ଜୀର୍ଣ୍ଣ ଅବସ୍ଥାରେ। ପ୍ରଶାସନର ଅବହେଳା ନେତା, ମନ୍ତ୍ରୀଙ୍କ, ଇଚ୍ଛା ଶକ୍ତି ର ଅଭାବ ରୁ, ଗଞ୍ଜାମ ଜିଲ୍ଲା ଅବହେଳିତ। ବିଗତ ଚବିଶି ବର୍ଷ ଧରି ଶାସନ କ୍ଷମତାରେ ରହି ଆସିଥିବା ବିଜେଡ଼ି ଯୋଉ ହେଳା, କରିଥଲେ, ଏବେ ବିଶ୍ବାସ ଓ ଭରସା କରି ଲୋକ ବିଜେପି କୁ ଓଡ଼ିଶାରେ ନେତୃତ୍ୱ ଦେଇଛନ୍ତି, କିନ୍ତୁ ଯୋଉ ଭଳିଆ ଆଖି ଦୃଶିଆ ବିକାଶ ଦେଖିବା କଥା ତାହା ଦେଖିପରିଲେନି ଗଞ୍ଜାମ ତଥା ସାରା ଓଡ଼ି ସା ବାସୀ, ତେଣୁ ଆଗକୁ ପଞ୍ଚାୟତ ନିର୍ବାଚନ, ଓ ଏନଏ ସି ନିର୍ବାଚନ ଥିବାରୁ କିଛି ପଦକ୍ଷେପ ନେବେ ବିଜେପି ନେତୃମଣ୍ଡଳୀ, ଆଶା ବାନ୍ଧିଛନ୍ତି ଓଡିଶା ବାସୀ। ନହେଲେ ଏହାର ପ୍ରତିବିମ୍ବ ଝଲକ ଦେଖିବାକୁ ମିଳିବ, ପୁଣି ବିଜେଡ଼ି ଶାସନ କ୍ଷମତାକୁ ଫେରିବ ତିଲେ ହେଲେ ସନ୍ଦେହ ନାହିଁ। ପୁଣି ବାଜିମାତ୍ କରିପାରେ।




