ବ୍ରହ୍ମପୁର, ୭/୬ ବାଲୁଙ୍କେଶ୍ୱର ଛକ ନିକଟରେ ବାବା କାସିବିଶ୍ୱନାଥ ମନ୍ଦିର ପରିସରରେ ବିଶ୍ଵଶାନ୍ତି ବାସୁଦେବ ଯଂଜ୍ଞ ଅନୁଷ୍ଠିତ! ଉକ୍ତ ଯଂଜ୍ଞନୁଷ୍ଠାନରେ ବ୍ରହ୍ମପୁର ଓ ବ୍ରହ୍ମପୁର ଆଖପାଖ ଅଞ୍ଚଳ ର ବିଦ୍ୱାନ ମାନେ ଉପସ୍ଥିତ ହୋଇ ପ୍ରଭୁ ବିଶ୍ୱନାଥ ଙ୍କ ମନ୍ଦିର ରେ ରୁଦ୍ରାଭିଷେକ, ସହସ୍ର ବିଲ୍ଵର୍ଚ୍ଚନ, ଚଣ୍ଡୀପାଠ ଓ ଭଗବତ ଗୀତା ପାରାୟଣ ଓ ବାସୁଦେବ ମନ୍ତ୍ର ରେ ହୋମ କରାଯାଇଥିଲା! ପ୍ରକାଶ ଥାଉକି ଉକ୍ତ ଯଂଜ୍ଞ ବ୍ରାହ୍ମଣ ମାନେ ସ୍ଵ ଅର୍ଜିତ ଧନ ଦ୍ୱାରା ଯଂଜ୍ଞ ହୋଇଥିଲା! ଏ ଅବସରରେ ଶ୍ରୀ ବାବୁଲା ଷଡ଼ଙ୍ଗୀ, ଉମାକାନ୍ତ ରଥ, ବିଭୁ ନନ୍ଦନ ପଣ୍ଡା, ସୁଧାଂଶୁ ଶେଖର କର, ଅରୁଣ ଶତପଥୀ, ଦୁର୍ଗା ମାଧବ ରଥ, ଗୋପାଳ ତ୍ରିପାଠୀ, କୁନା ଶତପଥୀ, ଶୁଭମ ପଣ୍ଡା, ଘନଶ୍ୟାମ ତ୍ରିପାଠୀ, ରାମ କୃଷ୍ଣ ଷଡ଼ଙ୍ଗୀ, ଗୋବିନ୍ଦ ଦାଶ, ଯଂଜ୍ଞ ନାରାୟଣ ରଥ, ରବୀନ୍ଦ୍ର ସାହୁ, କାଳୁଚରଣ ଦାଶ, ଦୁର୍ଗା ମିଶ୍ର, ବିଭୁତି ଭୂଷଣ ତ୍ରିପାଠୀ ସମେତ ବହୁ ବିଜ୍ଞ ବିଦ୍ୱାନ ଉପସ୍ଥିତ ଥିଲେ ଶେଷରେ ଶହ ଶହ ଭକ୍ତ ପ୍ରସାଦ ସେବନ କରିଥିଲେ!
ବାବା କାସିବିଶ୍ୱନାଥ ମନ୍ଦିର ପରିସରରେ ବିଶ୍ଵଶାନ୍ତି ବାସୁଦେବ ଯଂଜ୍ଞ ଅନୁଷ୍ଠିତ





