ଗୋଳନ୍ଥରା ଠାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

Pradeep Kar

…ତା 07.06.2026 ରିଖ ରବିବାର ସ୍ଥାନୀୟ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଚଟି ନିକଟସ୍ଥ ବିଶ୍ୱନାଥ ଉଚ୍ଛ ଓ ବୈଷୟିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି: ଇତି ଅବସରରେ ସୁଶ୍ରୀ ଏସ ରଜେଶ୍ୱରୀ ଦୋରା ଉପାଧ୍ୟାକ୍ଷା ଡି ଆର ଡି ଏ ଗଞ୍ଜାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵା ବେଳେ ଶ୍ରୀଯୁକ୍ତ ବିଶ୍ୱଜିତ ରାୟ ବିଡ଼ିଓ ରଙ୍ଗେଈଲୁଣ୍ଡା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ. ଇତି ମଧ୍ୟରେ ଦୁରାଭାଷୀ ମାଧ୍ୟମରେ ରାଜ୍ୟସ୍ତରୀୟ ସଭାକାର୍ଯ୍ୟର ସିଧା ପ୍ରସାରଣ ଉପସ୍ଥିତ ଅତିଥିଙ୍କ ସହ ସମସ୍ତ ଜନସାଧାରଣ ଦେଖିଥିଲେ. ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧନ କଲାବେଳେ ସମସ୍ତେ ଉତ୍କଣ୍ଠାର ସହିତ ଚାହିଁ ରହିଥିଲେ.ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ଏହି ଯୋଜନାର ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ. ମାନ୍ୟବର ଖଣି ଇସ୍ପାତ, ଓ ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଶିକ୍ଷା ପ୍ରତିନିଧି ଶ୍ରୀଯୁକ୍ତ ଗଙ୍ଗାଧର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଧୁନିକ ଯୁଗରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ. ଏହି କ୍ରମରେ ଅନ୍ୟ ସମସ୍ତ ପ୍ରତିନିଧି ଗଣ ମଧ୍ୟ ଉପସ୍ଥିତ ଥିଲେ. ଶ୍ରୀମତୀ ପ୍ରବୀଣା ଜେନା ସରପଞ୍ଚ ଗୋଳନ୍ଥରା ଏବଂ ଶ୍ରୀମତୀ ପ୍ରବୀଣା ପ୍ରଧାନ ସମିତିସଭ୍ୟାଙ୍କ ସମେତ ତାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଟୁନା ଜେନା ଓ ପିଣ୍ଟୁ ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ.ଏ ବି ଇ ଓ/ବି ଆର ସି ସି ଶ୍ରୀମତୀ କୁସୁମ ପାଢି, ଏ ବି ଇ ଓ ସୁକାନ୍ତ କୁମାର ଜେନା ଓ ମଳୟ କୁମାର ମହାପାତ୍ରଙ୍କ ସମେତ ସମସ୍ତ ସି ଆର ସି ସି ଏବଂ ଶିକ୍ଷକ/ଶିକ୍ଷୟୀତ୍ରି ଅଂଶଗ୍ରହଣ କରିଥିଲେ. ବୈଷୟିକ ପରାମର୍ଶ ଦାତା ଶ୍ରୀମତୀ ଗାୟତ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ସମ୍ପୂର୍ଣ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା. ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଠାରୁ ସମାପ୍ତି ପର୍ଯ୍ୟନ୍ତ ପୂର୍ଣ୍ଣ ସହଯୋଗ କରିଥିଲେ. ପରିଶେଷରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରି ଶ୍ରୀମତୀ ହେମପ୍ରଭା ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ…

Also Read

Tags