ଗୋପାଳପୁର ବେଳାଭୂମିରେ ‘ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ(ଏସ୍ଆଇଆର୍) ୨୦୨୬’ ସଚେତନତା କାର୍ଯ୍ୟକ୍ରମ

Pradeep Kar

ଗୋପାଳପୁର, ତା.୦୯.୦୬.୨୦୨୬ : ‘ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ୨୦୨୬’ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଆଜି ସକାଳ ୭ଟା ସମୟରେ ଗୋପାଳପୁର ବେଳାଭୂମିରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ୱଚ୍ଛ ଭୋଟର ତାଲିକା ସହ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର, ଆଇ.ଏ.ଏସ୍ ଯୋଗଦେଇ ‘ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬’ ର ଉଦ୍ଦେଶ୍ୟ ସଂପର୍କରେ ସବିଶେଷ ଆଲୋକପାତ କରିଥିଲେ l ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ସେ ଗୁରୁତ୍ଵାରୋପ କରିବା ସହ ଭୋଟର ଜାଗରୁକତା ହିଁ ନିଜ ଅଧିକାର, ନିଜ କର୍ତ୍ତବ୍ୟ ଏବଂ ନିଜ ଦେଶ ହିତରେ ସମର୍ପିତ ବୋଲି ଦର୍ଶାଇଥିଲେ l ଭୋଟର ତାଲିକାରେ ସ୍ୱଚ୍ଛତା ପରି ପ୍ରତୀକାତ୍ମକ ଭାବେ ସେ ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ l ଉପସ୍ଥିତ ପଦାଧିକାରୀ, କର୍ମଚ଼ାରୀମାନେ ମଧ୍ୟ ବେଳାଭୂମି ସ୍ୱଚ୍ଛତାରେ ଯୋଗଦାନ ଦେଇଥିଲେ l ଭୋଟରମାନଙ୍କ ସକ୍ରିୟ ସହଯୋଗ, କାର୍ଯ୍ୟକ୍ରମରେ ଜଡିତ ପ୍ରତ୍ୟେକ ଅଧିକାରୀ ଓ କର୍ମଚ଼ାରୀଙ୍କ ନିଷ୍ଠାପର ଉଦ୍ୟମ ସଂପର୍କରେ ଉପ-ଜିଲ୍ଲାପାଳ ଉଲ୍ଲେଖ କରିଥିଲେ l ଅଯୋଗ୍ୟ, ପୁନଃ ସ୍ଥାନିତ ହୋଇଥିବା ଭୋଟରଙ୍କୁ ବାଦ୍ ଦେଇ ସ୍ୱଚ୍ଛ ଭୋଟର ତାଲିକା ସ୍ୱଚ୍ଛ ନିର୍ବାଚନ ଦିଗରେ ସହାୟକ ବୋଲି ମତପ୍ରକାଶ କରିଥିଲେ l କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ନିର୍ବାଚ଼ନ) ଅଲେଖ ରଞ୍ଜନ ମହାଙ୍କୁଡ଼, ସୁବ୍ରତ ଆର୍. ଶତପଥି, ରଙ୍ଗେଇଲୁଣ୍ଡା ବି.ଡ଼ି.ଓ, ବ୍ରହ୍ମପୁର ଓ କନିଷି ତହସିଲଦାର, କନିଷି ଅତିରିକ୍ତ ତହସିଲଦାର, ବ୍ରହ୍ମପୁର ମହାନଗର ନିଗମ ଆସିଷ୍ଟାଣ୍ଟ କମିଶନର, ଗୋପାଳପୁର ନିର୍ବାଚନ ଅଧିକାରୀଙ୍କ ସମେତ ଆହୁରି ଅନେକ ପଦାଧିକାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଥିଲେ l ବେଳାଭୂମି ପରି ଏକ ମନୋରମ ସ୍ଥାନରେ ଉଭୟ ପ୍ରାତଃ ଏବଂ ସାନ୍ଧ୍ୟକାଳୀନ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ ବୁଦ୍ଧିଜୀବୀ ମହଲର ଆଦୃତି ଲାଭ କରିଛି l

Also Read

Tags