ବ୍ରହ୍ମପୁର, ୦୯/୦୬- ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ପବିତ୍ର ପୁରୁଷୋତ୍ତମ ମାସରେ ଆଶ୍ରମ ପରିସରରେ ଶ୍ରୀରାମ ଚରିତମାନସ ମାସ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଆଜି ମାସ ପାରାୟଣର ଚତୁର୍ବିଂଶ ଦିବସରେ ଆଶ୍ରମ ର ବରିଷ୍ଠ ଗୁରୁଭାଇ ଶ୍ରୀନିବାସ ପାତ୍ର, ମମତା ମହାପାତ୍ର,ଏବଂ ଲିପ୍ସାବାଳା ସାହୁ ଅତି ସୁନ୍ଦର ଭାବପୂର୍ଣ୍ଣ ସ୍ଵରରେ ସୁନ୍ଦରକାଣ୍ଡ ପାଠ କରିଥିଲେ। ବରିଷ୍ଠ ସଦସ୍ୟ ଜୀପିସିଡିଏ ସଭାପତି, ସୋପା ସମ୍ପାଦକ ଙ୍କ ପୁତ୍ର ବିଶ୍ୱଜିତ୍ ପଣ୍ଡାଙ୍କ ଅକାଳ ବିୟୋଗ ରେ ଆଶ୍ରମ ପରିସରରେ ସ୍ମୃତି ସଭା ଅନୁଷ୍ଠିତ ହେବା ସହ ପବିତ୍ର ଆତ୍ମାଙ୍କ ସଦ୍ଗତୀ କାମନା କରି ସତସଂଘ ରେ ସମସ୍ତ ମନ୍ତ୍ର ଆବୃତ୍ତି କରାଯାଇଥିଲା। ପ୍ରାୟ ଶତାଧିକ ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ସ୍ୱାସ୍ଥ୍ୟ ପରିକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା। ଗୁରୁମହାରାଜଙ୍କ ହୃଦୟସ୍ପର୍ଶି ବାଣୀ ‘ଭଲ ହୁଅ ଓ ଭଲ କର’, ସେବା ହିଁ ପରମ ଧର୍ମ କୁ ପାଥେୟ କରି ଆସନ୍ତା ବିଶ୍ୱ ରକ୍ତ ଦାତା ଦିବସ ତଥା ଜୁନ ୧୪ ତାରିଖ ସନ୍ଧ୍ୟା ୫ ଘଣ୍ଟା ରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ବୋଲି ଦିବ୍ୟ ଜୀବନ ସଂଘ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତି ର କୋଷାଧ୍ଯକ୍ଷ ଶାନ୍ତିଭୂଷଣ ପଣ୍ଡା ସୁଚନା ପ୍ରଦାନ କରିବା ସହ ସମସ୍ତେ ଆସି ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ।ପବିତ୍ର ରଜ ସଂକ୍ରାନ୍ତି ରେ ପାରାୟଣ ମହାଯଜ୍ଞର ପୂର୍ଣ୍ଣାହୁତି ସହ ହନୁମାନ ଚାଳିଶା, ନାରାୟଣ ସେବା ଅନୁଷ୍ଠିତ ହେବ। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମ କୁ ସଂଘର ପ୍ରବୀଣା ମିଶ୍ର, ଲକ୍ଷ୍ମୀ ପାତ୍ର, ସୁଜାତା ପଟ୍ଟନାୟକ, ଶକୁନ୍ତଳା, ଟୁନି ପାଢ଼ୀ, ଅନ୍ନପୂର୍ଣା ସାହୁ, ପ୍ରମିଳା ମହାରଣା, ମାମି ବେହେରା, ମମତା ପ୍ରଧାନ, ରେଣୁକା ସାହୁ, କ୍ରିଷ୍ଣା ଦୋରା, ପ୍ରଶାନ୍ତ ନନ୍ଦ, ନାଗେଶ୍ୱର ପ୍ରୁଷ୍ଟୀ, ମଧୁସୂଦନ ମହାପାତ୍ର, ଅନ୍ନପୂର୍ଣ୍ଣା ସାହୁ ଓ ଅନାମିତା ପଣ୍ଡାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ପରିଚାଳନା କରୁଛନ୍ତି।
ଦିବ୍ୟ ଜୀବନ ସଂଘ ମହିଳା ଶାଖା ପକ୍ଷରୁ ମାସ ପାରାୟଣ





