ବ୍ରହ୍ମପୁର – ପୁରୀ ରେଳ ଚଳାଚଳ ଦାବିରେ ନଭେମ୍ବର 22 ରେ ଗଣଧାରଣା

Pradeep Kar

ବ୍ରହ୍ମପୁର, ତା -1/11- ସ୍ଥାନୀୟ ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚଳିତ ମାସ 22ତାରିଖ ବୁଧବାର ସକାଳ 10ଘଣ୍ଟା ଠାରୁ ଅପରାହ୍ନ 2ଘଣ୍ଟା ପଯ୍ୟନ୍ତ ବ୍ରହ୍ମପୁର ଠାରୁ ପୁରୀ ସିଧାସଳଖ ରେଳ ଚଳାଚଳ, ପୂର୍ବଭଳି ରେଳରେ ପୁରୁଷ ବରିଷ୍ଠଙ୍କୁ 40% ଓ଼ ମହିଳାଙ୍କୁ 50% ରେଳ ଭଡାରେ ରିହାତି ଏବଂ ପାସେଞ୍ଜର ଓ଼ ଏକ୍ସପ୍ରେସ ରେଳର ପ୍ରତେକବଗି ର ସିଙ୍ଗଲ ସିଟ ବରିଷ୍ଠ ନାଗରିକ ମାନଂକପାଇଁ ସଂରକ୍ଷଣ ଦାବୀ ନେଇ ବିଜିପୁର ସନ୍ତୋଷି ମା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପ୍ରତିଷ୍ଠାତା ସଭାପତି ଭାଷାତପସ୍ବୀ ତ୍ରିନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା / ଉକ୍ତ ବୈଠକରେ ସହରର ବିଭିନ୍ନ ରାଜନୈତିକ ଦଳ, ସ୍ବେଛାସେବୀ ସଂଗଠନ ଓ଼ ବୁଦ୍ଧିଜୀବୀ ଉପସ୍ଥିତରହି ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତି ରେଳବିଭାଗ ବ୍ରହ୍ମପୁର ସମେତ ଜିଲ୍ଲାର ଜଗନ୍ନାଥଭକ୍ତଙ୍କ ପ୍ରତିବୈମାତୃକ ମନଭାବ ସୃଷ୍ଠି କରୁଛି ବୋଲି ମାତବ୍ୟକ୍ତ କରି ତାରଠିକଣା ଜବାବ ଦିଆଯିବ / ପ୍ରାରମ୍ବରେ ସମ୍ପାଦକ ସିମାଞ୍ଚଳ ପାଢ଼ୀ ସୂଚନା ଦେଇ ଥିଲେ ସଭାପତି ମହାରଣା ଦୀର୍ଘବର୍ଷ ଧରି ଲଢେଇ ଜାରିରଖିଛନ୍ତି / ଉକ୍ତ ପ୍ରସ୍ଥତି ବୈଠକରେ ଡ଼ଃ ସୁବାସ -ଚନ୍ଦ୍ର ସାହୁ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ରବି ରଥ, ଅବନୀ ଗୟା, ମଧୁ ସାହୁ,ସରିତା ପଣ୍ଡା, ବିଭିନ୍ନ ସଂଗଠନର ସର୍ବଶ୍ରୀ ରବି ନାରାୟଣ ସାବତ, ଆଇନଜୀବୀ ପ୍ରଭାତ ମିଶ୍ର,ଉପସଭାପତି ପ୍ରମୋଦ କୁମାର ସାହୁ, ରାଜେନ୍ଦ୍ର -ମହାନ୍ତି, ପ୍ରଶାନ୍ତ କୁମାର ଶତପତି,ଅଶୋକ ଦଳାଇ, ମୋହନ ଚରଣ ସ୍ୱାଇଁ, ରମେଶ ସାହୁ,ଗୁଣନିଧି ବେହେରା, ବସନ୍ତ କୁମାର ବିଷୋୟୀ,ବସନ୍ତ କୁମାର ଶତପଥୀ ପ୍ରମୁଖ ଆଗାମୀ ଜନ -ଆନ୍ଦୋଳନକୁ ଜୋରଯାର କରାଯିବାକୁ ପ୍ରତିଜ୍ଞା କରାଯିଵା ସହ ଡିସେମ୍ବର ଦୁଇ ତାରିଖରେ ଭୁବନେଶ୍ୱର ଜେନେରାଲ ମ୍ୟାନେଜେର, ପୂର୍ଵତଟ ରେଳପଥ କାର୍ଯ୍ୟଳୟ ଠାରେ ଦିବା 11ଘଣ୍ଟା ଠାରୁ ଧାରଣା ଦିଆଯିବାକୁ ସଭାରେ ନିଷ୍ପତି ନିଆଯାଇଛି / ସଭାପତି ତ୍ରିନାଥ ମହାରଣା ସମସ୍ତଙ୍କୁ ଉକ୍ତ ଗଣ ଆନ୍ଦୋଳନରେ ହେବାକୁ ଅନୁରୋଧ କରିବା ସହ ରାଜନୈତିକ ଦଳରୁ ଉର୍ଦ୍ଧରେ ରହି ସମାଜ ସେବାରେ ନିଜକୁ ସାମିଲ କରିବ I

Also Read

Tags