କୀଟନାଶକ ପିଇ ଆତ୍ମହତ୍ୟା କରିଲେ ଅର୍ଜୁନ ପଣ୍ଡା

Pradeep Kar

ମୃତ ଚାଷୀ ଅର୍ଜୁନ ପଣ୍ଡା(୬୫)ଙ୍କ ଦୁଇ ପୁଅ। ଜଣେ ଡ୍ରାଇଭର ଓ ଅନ୍ୟଜଣେ ସୁରଟରେ କାର୍ଯ୍ୟରତ। ନିଜର ଓ ଅନ୍ୟମାନଙ୍କ ମୋଟ୍ ପ୍ରାୟ 25ଭରଣ ଜମିରେ ଧାନ ଓ ପନିପରିବା ଚାଷ କରିଥିଲେ। କୌଣସି ଋଣ କରିନଥିଲେ ହେଁ ସବୁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଚିନ୍ତାରେ ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅର୍ଜୁନଙ୍କ ବଡ ପୁଅ କହିଛନ୍ତି। ଅର୍ଜୁନଙ୍କ ଘରେ ଓ ଚାଷ ଜମିରେ ଅଣ୍ଟିଏ ପାଣି ପଶି ସବୁ ନଷ୍ଟ ହୋଇଯାଇଛି। ଜମିରେ ବାଲି ମାଡ଼ିଯାଇଛି। ମୃତ ଚାଷୀ ଅର୍ଜୁନଙ୍କ ମରଶରୀର ଏମକେସିଜି ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି। ମୃତକଙ୍କ ପରିବାରକୁ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ମେଡିକାଲରେ ଭେଟି ଆଲୋଚନା କରି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି ବିଜେଡି।

Also Read

Tags