ଲୋକାର୍ପଣ ହେବ “ମଧୁସୂଦନ ପାଣିଗ୍ରାହୀଙ୍କ ବହୁପ୍ରତିକ୍ଷିତ ଆତ୍ମଜୀବନୀ “ଠିକ୍ ଦୁନିଆ”

Pradeep Kar

ଜନ୍ମଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ରହ୍ମପୁର, ଓଡ଼ିଶାର ଆକାଶବାଣୀର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ତଥା “ମଧୁମାୟା ପାଣିଗ୍ରାହୀ” ଫାଉଣ୍ଡେସନର ପ୍ରତିଷ୍ଠାତା ମଧୁସୂଦନ ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ଓ ବହୁ ପ୍ରତିକ୍ଷିତ ତାଙ୍କର ‘ଆତ୍ମଜୀବନୀ’ ପୁସ୍ତକ “ଠିକ୍ ଦୁନିଆ”ର ଲୋକାର୍ପଣ ଉତ୍ସବ ପାଳନ୍ତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ “ଆମେସବୁ” କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ଓଡ଼ିଶା ବାହାରେ କୌଣସି କେନ୍ଦ୍ରର ନିର୍ଦ୍ଦେଶକ ହିସାବରେ ଯୋଗଦାନ କରିଥିବା ପ୍ରଥମ ଓଡ଼ିଆ ତଥା ଆକାଶବାଣୀ ‘ବିବିଧ ଭାରତୀ’ର ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ରହି ଆସିଥିବା ମଧୁସୂଦନ ପାଣିଗ୍ରାହୀ ନିଜସ୍ୱ ଚେଷ୍ଟାରେ ଅବସର ପରେ ଆରମ୍ଭ କରିଥିଲେ “ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ” ଟ୍ରଷ୍ଟ । ଏହି ଟ୍ରଷ୍ଟ ମାଧ୍ୟମରେ ଦୀର୍ଘ ୨୫ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ବିଭିନ୍ନ ଜନହିତକର ସାମାଜିକ ସେବା କାର୍ଯ୍ୟକ୍ରମ ସହିତ ଗ୍ରାମୀଣ ମହିଳା କ୍ରୀଡ଼ାର ଉତ୍‌ଥାନ ପାଇଁ ଦୀର୍ଘ ୧୬ ବର୍ଷ ଧରି ଆୟୋଜନ କରି ଆସୁଛି “କୁଆଁର ପୁନେଇଁ ଜହ୍ନଲୋ” ଜାତୀୟ ମହୋତ୍ସବ । ଏହି ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମ ଶତବାର୍ଷିକୀ ତଥା ତତ୍‌କାଳୀନ ଶିକ୍ଷା, ସାମାଜିକ ବ୍ୟବସ୍ଥା ଏବଂ ଓଡ଼ିଶାରେ ଆକାଶବାଣୀର ଇତିହାସ ଓ କ୍ରମ ବିକାଶକୁ ନେଇ ଲିଖିତ ଆତ୍ମଜୀବନୀ “ଠିକ୍ ଦୁନିଆ” ଲୋକର୍ପଣ ଉତ୍ସବ କୁ ମହାଆଡ଼ମ୍ବରରେ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜତ ହୋଇଥିଲା । ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ଅଧ୍ୟକ୍ଷା ସୁଦୀପ୍ତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ତଥା ହୃଷିକେଶ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟି ସୁହୃଦ ପାଣିଗ୍ରାହୀ, ଟ୍ରଷ୍ଟି ତ୍ରିପତି ବାଲାଜୀ ପାତ୍ର, ସଂହିତା ପାଣିଗ୍ରାହୀ, ସୁନୀଲ ପଟ୍ଟନାୟକ, ଡ. ପ୍ରବୀର ଦାଶ, ଡି. ସୋମୟା, ଶ୍ରୀକାନ୍ତ ପାଢ଼ୀ, ଡ. ସବ୍ୟସାଚୀ ରଥ, ଡ. ମିହିର କୁମାର ତ୍ରିପାଠୀ, କୃପାସିନ୍ଧୁ ସାହୁ, ଭଗବାନ ମହାରଣା, ସୋନାଲି ପଣ୍ଡା, ରବୀନ୍ଦ୍ର ଗୌଡ଼, ନଳୀନିକାନ୍ତ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Also Read

Tags