ବଡ଼ ଘାଟି ନିକଟରେ ବାଇକ ଦୁର୍ଘଟଣା; ଘଟି ଚାଳକ ଗୁରୁତର

Pradeep Kar

ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ର ବଡ଼ ଘାଟି ନିକଟରେ ବାଇକ ଦୁର୍ଘଟଣା ଘଟି ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତ ବାଇକ ଚାଳକ ଜଣଙ୍କ ଉପର ଆଲପୁର ଗ୍ରାମର ସନ୍ତୋଷ ପ୍ରଧାନ ବୋଲି ଜଣା ପଡ଼ିଛି । ତେବେ ସନ୍ତୋଷ ଆଜି ମଧ୍ୟାହ୍ନ ରେ ବାଇକ୍ ଯୋଗେ କୌଣସି କାମ ସକାଶେ ବାଇକ ରେ ବାହାରିଥିଲେ ହଠାତ ବାଇକ ଟି ବଡ଼ ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚାଳକ ସନ୍ତୋଷ ବାଇକ ର ଭାରସାମ୍ୟା ହରାଇ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଓ ହାଇୱେ ପେଟ୍ରୋଲିଂ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସନ୍ତୋଷ ଙ୍କୁ ଉଦ୍ଧାର କରି ୧୦୮ଯୋଗେ ଚିକିତ୍ସା ପାଇଁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ବେଳେ ଆହତ ଯୁବକଙ୍କ ଡାହାଣ ଗୋଡ ଓ ଡାହାଣ ହାତ ଭାଙ୍ଗି ଯାଇଥିବାରୁ ଗୁରୁତର ଅବସ୍ଥାରେ ଯୁବକକୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ପୋଲିସ ବାଇକ କୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Also Read

Tags