ତାରାତାରିଣୀ ମହାବିଦ୍ୟାଳୟର ରସାୟନ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼. ଅଜିତ କୁମାର ମିଶ୍ରଙ୍କୁ ଭାବବିହ୍ୱଳ ବିଦାୟ

Pradeep Kar

ବ୍ରହ୍ମପୁର ୩୦/୬ ତାରାତାରିଣୀ ମହାବିଦ୍ୟାଳୟ, ପୁରୁଷୋତ୍ତମପୁରର ରସାୟନ ବିଭାଗର ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡ଼. ଅଜିତ କୁମାର ମିଶ୍ର ମଙ୍ଗଳବାର ଦୀର୍ଘ ୩୨ ବର୍ଷର ଗୌରବମୟ କର୍ମଜୀବନ ସମାପନ କରି ଅବସର ଗ୍ରହଣ କରିଛନ୍ତି।ଡ଼. ମିଶ୍ର ୧ ନଭେମ୍ବର ୧୯୯୪ ରେ ତାରାତାରିଣୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ। ନିଜର ଦୀର୍ଘ କର୍ମଜୀବନରେ ସେ କେବଳ ରସାୟନ ବିଭାଗର ବିକାଶରେ ନୁହେଁ, ବରଂ ମହାବିଦ୍ୟାଳୟର ଶିକ୍ଷା, ପ୍ରଶାସନ, ପରୀକ୍ଷା ପରିଚାଳନା, ବିଭିନ୍ନ କାର୍ଯ୍ୟକ୍ରମ ଓ ସାମଗ୍ରିକ ଉନ୍ନତିରେ ନିଷ୍ଠାର ସହିତ ଦାୟିତ୍ୱ ବହନ କରି ଜଣେ ଦକ୍ଷ, କର୍ମଠ ଓ ଆଦର୍ଶ ଶିକ୍ଷକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର କର୍ତ୍ତବ୍ୟନିଷ୍ଠା, ସରଳ ବ୍ୟକ୍ତିତ୍ୱ, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ମହାବିଦ୍ୟାଳୟ ପ୍ରତି ସମର୍ପଣ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।ଅବସର ଉପଲକ୍ଷେ ଆୟୋଜିତ ବିଦାୟ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ସାହୁ ଡ଼. ମିଶ୍ରଙ୍କ କର୍ମନିଷ୍ଠା, ଦାୟିତ୍ୱବୋଧ ଓ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ। ଏହାପରେ ବାସୁଦେବ ମହାପାତ୍ର, ସନ୍ଧ୍ୟାରାଣୀ ପାତ୍ର, ଡ଼. ରମେଶ ସେନାପତି, ଡ଼. ସୁବ୍ରତ କୁମାର ଷଡ଼ଙ୍ଗୀ, ପ୍ରକାଶ ଚନ୍ଦ୍ର ପଣ୍ଡା ଏବଂ ସୁଧୀର କୁମାର ଦାସ ନିଜ ଅଭିଭାଷଣରେ ଡ଼. ମିଶ୍ରଙ୍କ ଦୀର୍ଘଦିନର ସେବା, ସରଳତା ଓ ସହଯୋଗୀ ମନୋଭାବକୁ ସ୍ମରଣ କରି ଭାବବିହ୍ୱଳ ବିଦାୟ ଜଣାଇଥିଲେ। ଶେଷରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଡ଼. ମିଶ୍ରଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଅବସର ଜୀବନ କାମନା କରି ତାଙ୍କୁ ଭାବବିହ୍ୱଳ ବିଦାୟ ଜଣାଇଥିଲେ।

Also Read

Tags