ଗୋପାଳପୁର ନିକଟସ୍ତ ସ୍ଥାନୀୟ ଗୋପାଳପୁର ମେଇନ୍ ରୋଡ ସ୍ଥିତ ରାମଚନ୍ଦ୍ରପୁର ନୃସିଂହ ମନ୍ଦିର ପରିସରରେ ସ୍ଵର୍ଗତ ପି କାମା ରେଡ୍ଡୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସେ ରାଜ୍ୟ ଅତିଥିଭବନ ରେ ମସାଲାଚି ଭାବରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗରେ କାର୍ଯ୍ୟରତ ରହିଥିଲେ । ଏକ ବର୍ଷ ହେବ ସେ ନିଜ ଦାୟିତ୍ୱରୁ ଅବସର ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଆକସ୍ମିକ ଆକାଳ ବିୟୋଗ ହୋଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠା ,ମିଷ୍ଟଭାଷୀ, ମେଳାପି, ପରପୋକାରୀ ଓ ଧାର୍ମିକ ବ୍ୟକ୍ତି ବିଶେଷ ରହିଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ପରିବାର ବନ୍ଧୁ ବାନ୍ଧବ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭଲ ପାଇଥିବା ଜନସାଧାରଣ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ତାଙ୍କର ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ଧର୍ଯ୍ୟ ଦେବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଜନସାଧାରଣମାନଙ୍କୁ ସ୍ୱର୍ଗତ ପି କାମା ରେଡ୍ଡୀଙ୍କ ପୁତ୍ର ତଥା ଆପ ର ବିଧାୟକ ପ୍ରାର୍ଥି ଏବଂ ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ବସ୍ତ୍ର ବଣ୍ଟନ କରି ସମାନ୍ନିତ କରିଥିଲେ ।
ରାମଚନ୍ଦ୍ରପୁର ନୃସିଂହ ମନ୍ଦିର ପରିସରରେ ସ୍ଵର୍ଗତ ପି କାମା ରେଡ୍ଡୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ





