ବ୍ରହ୍ମପୁର, : ଖାରବେଳ ନଗରରୁ ଏକ କୂଅରୁ ୧୬ ନାଗ ସାପ ଛୁଆକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଉଦ୍ଧାର ସାପ ଛୁଆକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥୁବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ସୂଚନା ମୁତାବକ, ଖାରବେଳ ନଗର ୪ର୍ଥ ଲାଇନର ଆଦିତ୍ୟ କୁମାର ରଥଙ୍କ ଘର ବାଡ଼ିରେ ଥିବା କୂଅରେ କିଛି ସାପ ଛୁଆ ଭାସୁଥିବା ପରିବାର ସଦସ୍ୟ ଦେଖୁଥିଲେ। ସାପ ଛୁଆକୁ କୂଅରୁ ବାହାର କରିବାକୁ ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ବାଧୀନ ସାହୁଙ୍କୁ ଯୋଗାଯୋଗ କରିଥିଲେ। ସ୍ଵାଧୀନ ସେଠାରେ ପହଞ୍ଚିଥିଲେ। କୌଶଳ କ୍ରମେ ରବିବାର କୂଅରୁ ୧୪ଟି ଓ ସୋମବାର ୨ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ । ୧୬ଟି ନାଗ ସାପ ଛୁଆ ଦୁଇ ଦିନରେ ଉଦ୍ଧାର ହୋଇଛି। ସପ୍ତାହେ ମଧ୍ୟରେ ସମସ୍ତ ସାପ ଛୁଆ କୂଅ ମଧ୍ଯକୁ ଆସିଥିବା ସ୍ବାଧୀନ କହିଛନ୍ତି। ଏଥିରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ କାଳିଆ ସାହୁ ସହଯୋଗ କରିଥିବା ବେଳେ ବନପାଳ ସୋମନାଥ ମଲ୍ଲିକଙ୍କ ଉପସ୍ଥିତିରେ ସମସ୍ତ ନାଗ ସାପ ଛୁଆକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି।
୧୬ ନାଗ ସାପ ଛୁଆକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ





