ବେଲଗୁଣ୍ଠା ବ୍ଳକ୍ ର ଛଅ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

Pradeep Kar

ବେଲଗୁଣ୍ଠା, ୦୨/୦୭, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଛଅ ଜଣ ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ମଙ୍ଗଳବାର ଦିନ ନିଜ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ ସ୍ନାତକ କଳା ଶିକ୍ଷକ ସମୀର କୁମାର ଜେନା,ଶିକ୍ଷକ ବି ବାଲରାଜ୍ ଆୟାଙ୍ଗାର୍,ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାତ୍ର,ପ୍ରଧାନ ଶିକ୍ଷକ ଶ୍ରୀନିବାସ ବେହେରା,ଗଣପତି ପ୍ରଧାନ ଏବଂ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଏହି ଅବସରରେ ଅବସର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଙ୍ଗଳବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Also Read

Tags