ବ୍ରହ୍ମପୁର, ୧୩/୦୯ ଉତ୍କଳ ଆଶ୍ରମ ପରିସର ରେ ପାଠାଗାର କକ୍ଷ ଠାରେ ଜିଲ୍ଲା ପେଶାଦାର ନୃତ୍ୟ ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆଜିର ସଭା କାର୍ଯ୍ୟ ରେ ଗଞ୍ଜାମ ଜିଲ୍ଲା ନୃତ୍ୟ ଅନୁଷ୍ଠାନ ସଂଘ ର ସଭାପତି ଭାବେ ଶ୍ରୀ ନିରଞ୍ଜନ ବେହେରା, ଉପ-ସଭାପତି ଭାବେ ରିଙ୍କୁ ନାୟକ ଓ ସମ୍ପାଦକ ଭାବେ ସୁନୀଲ ସେଠୀ, ସହ-ସମ୍ପାଦକ ଭାବେ ଜିତୁ ସେଠି ଓ କୋଷାଧକ ଭାବେ ବାବୁଲା ମହାପାତ୍ର ପ୍ରମୁଖ ମନୋନୀତ ହୋଇଛନ୍ତି l ସାଙ୍ଗଠନିକ ଚୟନ ରେ ସାମ୍ବାଦିକ ଓ କଣ୍ଠଶିଳ୍ପୀ ସୁଦୀପ ସାହୁ ସଂଘ ର ଆଇନ ପରାମର୍ଶ ଦାତା ଆଡଭୋକେଟ୍ କେ. ନାୟକ ଓ ସାଙ୍ଗଠନିକ ପରାମର୍ଶଦାତା ନାଟ୍ୟ ନିର୍ଦ୍ଦେଶକ କୃଷ୍ଣପଣ୍ଡା ସାର୍ ଉପସ୍ଥିତ ଥିଲେ l ଏହି ସାଙ୍ଗଠନିକ କାର୍ଯ୍ୟକ୍ରମ ଯାହା ଉତ୍କଳ ଆଶ୍ରମ ପରିସର ପାଠାଗାର କକ୍ଷ ଠାରେ ଅନୁଷ୍ଠିତ ହୋଇଛି ଏହା ସଂଘର ପ୍ରଥମ ବୈଠକ ଅଟେ l ଆଗାମୀ 3 ମାସ ଭିତରେ ସଂଘର ସ୍ଥାୟୀ କର୍ମକର୍ତ୍ତା ଚୟନ୍ ହୋଇ ନୀତି ନିୟମ କାର୍ଯ୍ୟକାରୀ କରାଯିବ l କଳା ସଂସ୍କୃତି କ୍ଷେତ୍ର ରେ ଜିଲ୍ଲା ତଥା ପ୍ରଦେଶ ର ସୁନାମ ଓ କଳାକାର ଙ୍କ ନୃତ୍ୟାଭିନୟ ର ମର୍ଯ୍ୟାଦା କୁ ସମ୍ମାନ ଦେଇ ସଂଘ ବିଭିନ୍ନ୍ ଛାମୁଆ ସଂଗଠନ ଙ୍କ ସହିତ ମିଳିତ ହୋଇ ନିଜ ନିଜ ଭିତରେ ସମନ୍ଵୟ ରକ୍ଷାକରି ନିଜ ଜୀବନ ଜିବିକା ର ସୁରକ୍ଷା ସହ ବିଭିନ୍ନ୍ ସାଂସ୍କୃତିକ ଓ ମନୋରଞ୍ଜନ ର ଉପଯୁକ୍ତ ମାଧ୍ୟମ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା l ଆଗାମୀ ତିନି ମାସ ଭିତରେ ନୂତନ ସୁଦକ୍ଷ କମିଟି ଗଠନ ସହ ଜିଲ୍ଲା ର ବିଭିନ୍ନ୍ ଅଞ୍ଚଳ ରେ ଥିବା ସବୁ ନୃତ୍ୟ କଳାକାର ବନ୍ଧୁ ଙ୍କୁ ଏକାଠି କରି ସଂଘ ପଞ୍ଜୀକୃତ ସହ ବହୁମୂଖୀ ସାଂସ୍କୃତିକ କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ କରିବାକୁ ସ୍ଥିର ହେଲା l
ଜିଲ୍ଲା ପେଶାଦାର ନୃତ୍ୟ ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ଏକ ବୈଠକ ଅନୁଷ୍ଠିତ





