ବାରିପଦା, ତା 4/11 / ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ମହାରାଣୀ ପ୍ରେମ କୁମାରୀ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଂରେ ନୂତନ ଅଧ୍ୟକ୍ଷା ଭାବେ ସଙ୍ଗୀତା ସରିତା ସୁର ଯୋଗଦାନ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି.କଲେଜର ଛାତ୍ରଛାତ୍ରୀ ମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ନବନିଯୁକ୍ତ ଅଧ୍ୟକ୍ଷାଙ୍କୁ ସ୍ୱାଗତ କରିଥିଲେ। ପରେ ଅନୁଷ୍ଠାନର ସଚିବ ପାରୁଲ ଧନମହାପାତ୍ରଙ୍କ ସମେତ ଏଡ଼ମିନିଷ୍ଟେଟର ସୁମତୀ ବିନ୍ଧାଣି, ଅଫିସ ସହକାରୀ ଚାରୁଲତା ବାରିକ ଏବଂ ପାଏଲ ଦାସ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସ୍ୱାଗତ ସମାରୋହରେ ଅନୁଷ୍ଠାନର ପ୍ରତିଷ୍ଠାତା ଅବୋଧ କୁମାର ଧରମହାପାତ୍ର, ଉପାଧ୍ୟକ୍ଷା ଅନନ୍ୟା ହାତୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍ଠାନର ଉନ୍ନତି ଓ ନର୍ସିଂ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ତାଙ୍କର ଯୋଗଦାନ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ଏମପିକେ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଂରେ ନୂତନ ଅଧ୍ୟକ୍ଷାଙ୍କ ଯୋଗଦାନ





