ବ୍ରହ୍ମପୁର, ତା 13/09ଗଜପତି ନଗର ମା ଭଗବତୀ ପୀଠରେ ସୁରଭି ପ୍ରଗତିଶୀଳ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ହନୁମାନ ମନ୍ଦିର କମିଟିର ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଗଠନ ଓ ପରିବେଶବିତ୍ ମାନେ ଯୋଗଦେଇ ପରିବେଶର ସୁରକ୍ଷା ଦିଗର ଜନସାଧାରଣ ସହ ସରକାର ଙ୍କ ତତ୍ପରତା ନିହାତି ଆବଶ୍ୟକ ବୋଲି କର୍ମୀମାନ ଙ୍କୁ କହିଥିଲେ l ସରକାର ଉପରେ ନିର୍ଭର ନକରି ଜନସାଧାରଣ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଗକୁ ଆସି ଏହି କାର୍ଯ୍ୟକ୍ରମ ରେ ଜନସଚେତନତା ସହ ବୃକ୍ଷ ରୋପଣ ଓ ତାର ଯତ୍ନ ନେବା ନିହାତି ଜରୁରୀ ଥିବା ଆଲୋଚନା ହୋଇଥିଲା l ଆଲୋଚନାରେ ମନ୍ଦିର କମିଟି ସଭାପତି ସମୀର ମିଶ୍ର, ଉପଦେଷ୍ଟା ବିନୋଦ ଠାକୁର ,ଶିକ୍ଷକ ନେତା ରାଜେନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ସୁରଭି ସଭାନେତ୍ରୀ ଉଷା ପଟ୍ଟନାୟକ ,ପରିବେଶବିତ୍ ତଥା ଶିକ୍ଷକ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ପରିବେଶ ସୁରକ୍ଷା ଆଜିର ଦିନରେ ବହୁ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ମନ୍ଦିର ପରିସରରେ ପଣସ ,ନଡ଼ିଆ ପିଜୁଳି, କଦଳୀ ସହ ବିଭିନ୍ନ ଫୁଲ ଗଛ ଚାରା ରୋପଣ କରାଯାଇଥିଲା l ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ନିରଞ୍ଜନ ଦାସ, ପ୍ରଦୀପ ପଟ୍ଟନାୟକ, ରବିନ୍ଦ୍ର ପଟ୍ଟନାୟକ, ରାଜେଶ ସାହୁ, ଅନନ୍ତ କୁମାର ପଣ୍ଡା, ଉମା ନାୟକ, ସତୀଶ ପଟ୍ଟନାୟକ ,ଭିକାରୀ ବେହେରା ,ଅନିଲ କୁମାର ପାଢ଼ୀ ଅହଲ୍ୟା ପଟ୍ଟନାୟକ, ରିନା ନାହକ, ସରିତା ପଟ୍ଟନାୟକ, ରୀତା ପଟ୍ଟନାୟକ, ଶାରଦା ମହାପାତ୍ର ,ସୁବାଷ ଚନ୍ଦ୍ର ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ଗଜପତି ନଗର ମନ୍ଦିର ପରିସରରେ ସୁରଭି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ





