ମୋଦୀଙ୍କ ଜନ୍ମ ଦିନରେ ବିଜେପି କୃଷକ ମୋର୍ଚ୍ଚାର ସେବା ପକ୍ଷ ପାଇଁ ପ୍ରସ୍ତୁତି ବୈଠକ

Pradeep Kar

ବ୍ରହ୍ମପୁର ତା-13/09/26 ରବିବାର ଦିନ 11 ଘଣ୍ଟା ସମୟରେ ବିଜେପି କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ନାରାୟଣ ଦାସ ସଭାପତିତ୍ବରେ ଜିଲ୍ଲା ଓ ମଣ୍ଡଳ ପଦାଧିକାରୀ ମାନଙ୍କ ମୋଦୀଙ୍କ ଜନ୍ମ ଦିନରେ 15ଦିନ ବ୍ୟାପି ସେବାକାର୍ଯ୍ୟ ହାତକୁ ନେଇଛନ୍ତି। ଜିଲ୍ଲା ର 3ଜଣିଆ ଟୋଲି ନାମ ରାଜ୍ୟ ପଠାଯାଇଛି। ଆସନ୍ତା 17 ସେପ୍ଟେମ୍ବର ଠାରୁ 2 ଅକ୍ଟୋବର ମୋଦୀଙ୍କ ଜନ୍ମ ଦିନରେ ସେବା ପକ୍ଷ ପାଳନ କରାଯିବ 17 ସେପ୍ଟେମ୍ବର ରେ ଗଞ୍ଜାମ ଜିଲ୍ଲାର 36 ଗୋଟି ମଣ୍ଡଳୀରେ ସାହି ବସ୍ତିରେ ପ୍ରତ୍ୟେକ ଘରେଘରେ ମୋଦୀଙ୍କ ଦୀର୍ଘାୟୁ କାମନା କରି ଦୀପ ପ୍ରଜ୍ବଳନ କରାଯିବ। ଆସନ୍ତା 26 ତାରିଖ ରେ ଭାଗବତ ଜନ୍ମ ଅବସରରେ ମୋଦି ଜନ୍ମଦିନ ପାଳନ ଅବସରରେ ଭାଗବତ ସପ୍ତାହ ପାଠ, ପ୍ରବଚନ ସହିତ ପ୍ରସାଦ ସେବନ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଉର ଗାଁ ଠାରେ ଆୟୋଜିତ କରାଯିବ। ଉକ୍ତଦିନ ଛତ୍ରପୁର ସରକାରୀ ଡାକ୍ତର କାମନାରେ ରୋଗୀଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦେବା ନେଇ ଡାକ୍ତର ମୋହ ଆଲୋଚନା କରି ରୋଗୀଙ୍କୁ ଫୋଳ ଓ ବିସ୍କୁଟ ବଣ୍ଟନ କରାଯିବ। ବିଭିନ୍ନ ସେବା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କାର୍ଯ୍ୟ କର୍ତ୍ତା ମାନଙ୍କୁ ଦାୟିତ୍ଵ ନିର୍ବାହ କରାଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ମୁଦୁଲି, ଉପସଭାପତି ରଘୁନାଥ ସାହୁ, ଅଶ୍ବିନୀ ରଥ, ସମ୍ପାଦକ କାହ୍ନେକାୟା ରେଢୀ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରେ ସାଧାରଣ ସମ୍ପାଦକ ବଦ୍ରିନାଥ ସାବତ, ସମ୍ପାଦକ ରଘୁନାଥ ସାମନ୍ତରାୟ,ଚନ୍ଦନ ମହାରଣା ମଣ୍ଡଳ ସଭାପତି ଇ,ବିଷିକେସନ, ସୁଶାନ୍ତ ବିଷୋୟୀ,କେ଼ ବୁଲୁ, ବାବା ରାଓ ସେହି ପରି ଗୋପାଳପୁର ନିର୍ବାଚନମଣ୍ଡଳୀରୁ ଉପସଭାପତି ଅହିଂସା ସାହୁ ,ଶ୍ରୀ ମତି ଭାର୍ଗବୀ ପଣ୍ଡା ,ନିମଖଣ୍ଡି ମଣ୍ଡଳ ସଭାପତି ପ୍ରଭାତ କୁମାର ନାୟକ,ଚିକିଟି ନିର୍ବାଚନ ମଣ୍ଡଳୀ ରୁ ଅଜିତ କୁମାର ପ୍ରଧାନ, ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ରୁ ସମ୍ପାଦକ ତ୍ରିନାଥ ମହାପାତ୍ର, ଲକ୍ଷ୍ମୀ ବେହେରା,ବିନୋଦ ସିଂ କାର୍ଯ୍ୟ ସମ୍ପାଦନ କରିବେ। ପ୍ରଥମେ ବନ୍ଦେ ମାତରଂ ଗାନ କରି ବୈଠକ ଆରମ୍ଭ କରି ସେଶରେ ଜାତୀୟ ଗାନ କରି ସଭାପତି ସୂର୍ଯ୍ୟ ନାରାୟଣ ଦାସ ସଭା ସାଂଗ କରିଥିଲେ ଉକ୍ତ ସଭାରେ ବନ୍ଦନା ମହାରଣା, ପ୍ରଭାତ ରେଡ୍ଡୀ,ଏମ୍ ସନ୍ତସ କୃଷକ ମୋର୍ଚ୍ଚାର ବହୁତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।

Also Read

Tags