ରାଇଘର, ତା୧୩।୧୦/୦୯ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ କୁ ଲାଗି ବିପଦ ସଂକୁଳ ଅବସ୍ଥାରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଥିଲା। ଏ ନେଇ ଅଭଯୋଗ ପରେ ବିଦ୍ୟୁତ ବିଭାଗ ତତ୍ପରତା ଦେଖାଇ ଆଜି ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ଲଗାଇଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ, ରାଇଘର ସଦର ମହକୁମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଖୋଲାମେଲାରେ ବର୍ଷ ବର୍ଷ ହେବ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଥିଲା। ଟ୍ରାନ୍ସଫର୍ମର ରହିଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଯାଉଥିଲା ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲେ ମଧ୍ୟ । ସେହିପରି ଭାବେ ବର୍ଷ ବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ ଥିଲା ଖୋଲାମେଲା ରେ ଟ୍ରାନ୍ସଫର୍ମର ରହିଥିବା ଦେଖି ବିଦୂତ ବିଭାଗ ଏହାକୁ ଗୁରୁତର ସହ ନେଇ ବିଦୂତ ଟ୍ରାନ୍ସଫର ଚାରିପଟେ ସୁରକ୍ଷା ବାଡ଼ ଲଗେଇଥିବା ଦେଖିବାକୁ ମିଳିଛି I
ଟ୍ରାନ୍ସଫର୍ମରରେ ସୁରକ୍ଷା ବାଡ଼ ଲାଗିଲା





