ସିଦ୍ଧ ବିନାୟକ ମନ୍ଦିର ଗଣେଶ ଚତୁର୍ଥୀ ର ପ୍ରସ୍ତୁତି ବ୍ୟଠକ , ପ୍ରସ୍ତୁତି ର ତଦାରଖ କଲେ ଗୋଶାଣୀନୂଆଗାଁ ଆଇ.ଆଇ.ସି

Pradeep Kar

ବ୍ରହ୍ମପୁର, ବ୍ରହ୍ମପୁର ସହରର ମଧ୍ୟଭାଗର ହିଲପାଟଣା ଠାରେ ସିଦ୍ଧ ବିନାୟକ ମନ୍ଦିର ରହିଛି, ଏହିଠାରେ ଗଣେଶ ଚତୁର୍ଥୀ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ, ଏହାକୁ ବ୍ରହ୍ମପୁର ପୋଲିସ ସହ ସ୍ଥାନୀୟ ହିଲପାଟଣା ବାସୀ ସହଯୋଗ କରି ଭକ୍ତଙ୍କୁ ଦର୍ଶନ କରାନ୍ତି, ଏହି ବର୍ଷ 21kg ଏକ ବଡ଼ ଲଡୁ ହୋଇଛି ବୋଲି ସେମାନେ କହୁଥିଲେ, ଏହି ଲଡୁ ସନ୍ଧ୍ୟା ଆଳତି ପରେ ନିଲାମ ହେବ ବୋଲି କମିଟି କହୁଥଲେ । ସକାଳୁ ରାତ୍ର ପର୍ଯ୍ୟନ୍ତ ଖେଚୁଡ଼ି, ପୁଲାଉ, ହାଲୁଆ ଭୋଗ ବଣ୍ଟନ ପ୍ରତି ବର୍ଷପରି ବଣ୍ଟନ ହେବ, ଶେଷରେ16 ତାରିଖ ଦିନ ନଗର ପରିକ୍ରମା ରେ ହିଲପାଟଣା, ଅନନ୍ତ ନଗର, ଗୋପବନ୍ଧୁ ନଗର, ଷ୍ଟେସନ ରୋଡ଼, ଏରିଆ କୁ ଯିବେ, କମିଟିର କାର୍ଯ୍ୟକାରୀ ସଭାପତି ସରତ ଚନ୍ଦ୍ର ପଣ୍ଡା, ସଂପାଦକ ସୁରେନ୍ଦ୍ର ନାଥ ଚୌଧୁରୀ କହିଛନ୍ତି। କିପରି ଶାନ୍ତି ଶୃଙ୍ଖଳା ରେ ଭକ୍ତ ଦର୍ଶନ କରିବେ ଗୋଶାଣୀନୂଆଗାଁ ଆଇ.ଆଇ.ସି ତଦାରଖ କରିଥିଲେ ।

Also Read

Tags