ସୂର୍ଯ୍ୟନଗରରେ ପୂଜା ପାଇଲେ ୧୫ ଫୁଟର ରଘୁନାଥ ମଞ୍ଚାସୀନ ଗଜାନନ

Pradeep Kar

ବ୍ରହ୍ମପୁର, ୧୪/୦୯/୨୬: ଗଣେଶ ଚତୁର୍ଥୀ ଅବସରରେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ନିକଟସ୍ଥ ସୂର୍ଯ୍ୟନଗର ତୃତୀୟ ଲାଇନରେ ଚଳିତ ବର୍ଷ ୧୮ତମ ବିନାୟକ ପୂଜା ଧୁମ୍‌ଧାମରେ ଅନୁଷ୍ଠିତ ହେଉଛି। ସୂର୍ଯ୍ୟନଗର ଗଣେଶ ପୂଜା କମିଟି, ଯୁବକ ସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଏଥିପାଇଁ ଆକର୍ଷଣୀୟ ମଣ୍ଡପ ନିର୍ମାଣ କରାଯାଇଛି। ଚଳିତ ବର୍ଷର ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ରଘୁନାଥ ମଞ୍ଚାସୀନ ଅବତାରରେ ପ୍ରସ୍ତୁତ ଗଜାନନଙ୍କ ସୁସଜ୍ଜିତ ପ୍ରତିମା। ସୋମବାର ଅପରାହ୍ନରେ ବିଧିବିଧାନ ଅନୁଯାୟୀ ପ୍ରଭୁଙ୍କ ପୂଜାର୍ଚ୍ଚନା ସହ ମୁହଁ ଖୋଲାଯାଇଥିଲା। ଏହି ଅବସରରେ ହୋମଯଜ୍ଞ, ଆଳତି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମଣ୍ଡପରେ ପ୍ରଭୁ ଶ୍ରୀଗଣେଶ ପାଞ୍ଚ ଦିନ ବ୍ୟାପୀ ପୂଜା ପାଇବେ। ପ୍ରତ୍ୟହ ସନ୍ଧ୍ୟାରେ ୧୦୮ ଆଳତି ସହ ଭକ୍ତଙ୍କ ପାଇଁ ଶୁଖିଲା ଭୋଗର ବ୍ୟବସ୍ଥା କରାଯାଇଛି। ପୂଜାର ଅନ୍ୟତମ ଆକର୍ଷଣ ଭାବେ ଗୁରୁବାର ସଂକ୍ରାନ୍ତି ଦିନ ମଣ୍ଡପ ପରିସରରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ନୂଆ ନୂଆ ଢାଞ୍ଚାରେ ଏଠାରେ ଗଣେଶ ପୂଜା ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷର ୧୫ ଫୁଟର ଗଜାନନ ପ୍ରତିମା ଭକ୍ତଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଦୀର୍ଘ ୧୮ ବର୍ଷ ଧରି ଏଠାରେ ବିନାୟକ ପୂଜା ଅନୁଷ୍ଠିତ ହୋଇଆସୁଛି। ପୁରୋହିତ ବିଷ୍ଣୁ ଚରଣ ଦାଶ ଓ ଶମ୍ଭୁ ମିଶ୍ର ପୂଜାର୍ଚ୍ଚନା କରୁଛନ୍ତି। ପୂଜାକୁ ସୁଚାରୁରୂପେ ସମ୍ପନ୍ନ କରିବା ସହ ଭକ୍ତଙ୍କ ଦର୍ଶନ ଓ ପ୍ରସାଦ ବଣ୍ଟନ ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କମିଟି ସଦସ୍ୟ ତଥା ସାମ୍ବାଦିକ ପିଣ୍ଟୁ ବେହେରା, ସାଗର ପାଣିଗ୍ରାହୀ, ଅନିଲ କୁମାର ଶତପଥୀ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ କୁମାର ସେଠୀ, ସନ୍ତୋଷ ସେଠୀ, ଚନ୍ଦନ ସାହୁ, ରିଜୁ, ବଳିଆ ପ୍ରଧାନ, ଅଭିନନ୍ଦନ ପ୍ରଧାନ, ଧର୍ମାନନ୍ଦ, ଶଙ୍କର ସେଠୀ, ସୁଶାନ୍ତ ସେଠୀ, ରାଜେନ୍ଦ୍ର ପଣ୍ଡା, ରାହୁଲ, ଆନନ୍ଦଙ୍କ ସମେତ ବହୁ କମିଟି ସଦସ୍ୟ ଉପସ୍ଥିତ ରହି ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି। ୧୮ତମ ବିନାୟକ ପୂଜାକୁ ନେଇ ସୂର୍ଯ୍ୟନଗର ସମେତ ଆଖପାଖ ଅଞ୍ଚଳରେ ଏବେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

Also Read

Tags