ଦୁର୍ଗମ ତୁର୍କା ଗାଁରେ ଶିକ୍ଷାର ନୂଆ ଆଲୋକ, ଉଦଘାଟିତ ହେଲା ‘ନବୀନ ଟ୍ୟୁସନ ସେଣ୍ଟର’

Pradeep Kar

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ତୁର୍କା ଗ୍ରାମରେ ଶିକ୍ଷାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଗ୍ରାମର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାର ସୁଯୋଗ ଦେବା ଲକ୍ଷ୍ୟରେ ‘ନବୀନ ଟ୍ୟୁସନ ସେଣ୍ଟର’ର ଶୁଭ ଉଦଘାଟନ ହୋଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିକ୍ଷା କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।VO:ପାହାଡ଼ ଓ ଜଙ୍ଗଲ ଘେରା ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାକାର ପିଲାମାନଙ୍କ ପାଇଁ ଉନ୍ନତମାନର ଅତିରିକ୍ତ ଶିକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଅନେକ ପିଲାଙ୍କ ମନରେ ପାଠ ପଢ଼ି ଆଗକୁ ବଢ଼ିବାର ଇଚ୍ଛା ଥିଲେ ମଧ୍ୟ ଦୂରତା ଓ ସାଧନର ଅଭାବ ସେମାନଙ୍କ ପାଇଁ ବାଧକ ସାଜୁଥିଲା।ଏହି ସମସ୍ୟାକୁ ଦୂର କରି ଗ୍ରାମର ପିଲାମାନଙ୍କୁ ନିଜ ଅଞ୍ଚଳରେ ଶିକ୍ଷାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ‘ନବୀନ ଟ୍ୟୁସନ ସେଣ୍ଟର’। ଏହି କେନ୍ଦ୍ର ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ଶିକ୍ଷାରେ ନୂଆ ଆଶା ସଞ୍ଚାର କରିଛି। ଉଦଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦୁର୍ଗମ ଅଞ୍ଚଳର ପିଲାମାନେ ଯେପରି ଶିକ୍ଷା କ୍ଷେତ୍ରରେ ପଛରେ ନ ପଡ଼ନ୍ତି, ସେଥିପାଇଁ ଏଭଳି ପଦକ୍ଷେପ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଥିଲେ।“ଶିକ୍ଷା ହିଁ ସମାଜର ସବୁଠାରୁ ବଡ଼ ଶକ୍ତି। ଦୁର୍ଗମ ଅଞ୍ଚଳର ପିଲାମାନେ ଶିକ୍ଷା କ୍ଷେତ୍ରରେ ପଛରେ ନ ରହି ଆଗକୁ ବଢ଼ନ୍ତୁ। ଏଠାରୁ ପାଠ ପଢ଼ି ପିଲାମାନେ ଦିନେ ନିଜ ଗ୍ରାମ ସହ ସମଗ୍ର କଳାହାଣ୍ଡିର ନାଁ ରୋଶନ କରନ୍ତୁ।”ନବୀନ ଟ୍ୟୁସନ ସେଣ୍ଟର ଆରମ୍ଭ ହେବା ପରେ ଗ୍ରାମର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏବେ ପିଲାମାନଙ୍କୁ ଅତିରିକ୍ତ ଶିକ୍ଷା ପାଇଁ ଦୂର ଅଞ୍ଚଳକୁ ଯିବାର ଆବଶ୍ୟକତା କମିବ। ନିଜ ଗାଁରେ ରହି ସେମାନେ ଶିକ୍ଷାର ସୁଯୋଗ ପାଇପାରିବେ।ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତି ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ଦୁର୍ଗମ ତୁର୍କା ଗ୍ରାମରେ ‘ନବୀନ ଟ୍ୟୁସନ ସେଣ୍ଟର’ର ଆରମ୍ଭ କେବଳ ଏକ ଶିକ୍ଷା କେନ୍ଦ୍ରର ଉଦଘାଟନ ନୁହେଁ, ବରଂ ଗ୍ରାମର ଶିଶୁମାନଙ୍କ ସ୍ୱପ୍ନକୁ ନୂଆ ଦିଗ ଦେବାର ଏକ ପ୍ରୟାସ। ତୁର୍କାରେ ଶିକ୍ଷାର ଏହି ନୂଆ ଆଲୋକ ଆଗାମୀ ଦିନରେ କେତେ ଜୀବନକୁ ଆଲୋକିତ କରୁଛି, ତାହା ହିଁ ଅପେକ୍ଷା।

Also Read

Tags