କୁକୁଡାଖଣ୍ଡି ଦୁଇ ଗୋଷ୍ଠୀ ଆକ୍ରମଣ ମାମଲା

Pradeep Kar

କୁକୁଡାଖଣ୍ଡି, ଆଜି ଶାନ୍ତି କମିଟି ବୈଠକ ବସିଥିବା ବେଳେ ଆଲୋଚନା କିଛି ମାତ୍ରାରେ ସଫଳ ହୋଇଥିବା ଜଣାପଡିଛି। ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର ଉପସ୍ଥିତରେ ହୋଇଥିଲା ଆଲୋଚନା। ହେଲେ ଗୋଟେ ଜିଦରେ ବାଉରୀ ସାହି ବାସିନ୍ଦା। ଗତକାଲି ହିମାଂଶୁ ନାମକ ଏକ ଯୁବକଙ୍କୁ ସାହିର କିଛି ଯୁବକ ଆକ୍ରମଣ କରିଥିଲେ। ହିମାଂଶୁ ଆହତ ହୋଇଥିଲେ, ପରେ ସନ୍ଧ୍ୟାରେ ତାଙ୍କ ସମର୍ଥକ ମାନେ ବାଉରୀ ସାହିରେ ବୋମା ଫିଙ୍ଗିଥିଲେ । ସେଥି ମଧ୍ୟରେ ଦୁଇ ଯୁବକଙ୍କୁ କାବୁ କରିଥିଲେ ସାହି ବାସିନ୍ଦା ଆଉ ଅଟକ ରଖିଥିଲେ, ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ। ଆଜି କମିଟି।ମାଧ୍ୟମରେ ସମାଧାନ ପାଇଁ ବୈଠକ ବସିଥିଲା।

Also Read

Tags