ବ୍ରହ୍ମପୁର, ୧୫/୦୯ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବମୁଖର, ଏହି ଅବସରରେ ମଙ୍ଗଳବାର ହିଲ୍ ପାଟଣା ସ୍ଥିତ ଏସ୍ ଏମ୍ ଆଇ ଟି ସମ୍ମିଳନୀ କକ୍ଷ୍ୟରେ ପରିସରରେ ଆମ ସଂସ୍କୃତି ଆମ ପରମ୍ପରା,ଦୈନିକ ଆଶା ଏବଂ ଏସ୍ ଏମ୍ ଆଇ ଟି ର ମିଳିତ ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ ଏମ ଆଇ ଟି ଅଧ୍ୟକ୍ଷ ଡ. ଭଗବାନ ଗନ୍ତାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ନୂଆଁଖାଇ ପର୍ବ ସଂପର୍କ ରେ ନିଜର ମତ ଦେଇ ସଭିଙ୍କୁ ଏପରି ପର୍ବ ଲାଗି ଶୁଭକାମନା ଜଣାଇଥିଲେ। ସମ୍ମାନୀତ ଅତିଥି ଭାବେ ଲାୟନ୍ସ ଧର୍ମା ରାଓ, ବରିଷ୍ଠ ସାମ୍ବାଦିକ ବିଶ୍ଵନାଥ ପଟ୍ଟନାୟକ, ଭବାନୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ପରମ୍ପରାରେ ନୂଆଁଖାଇର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବେ ପ୍ରତ୍ୟେକ ଅଞ୍ଚଳରେ ନୂଆଁଖାଇ ଭେଟଘାଟ ଆୟୋଜନ ହେଉଛି। ଏହା ମାଧ୍ୟମରେ ଅଞ୍ଚଳବାସୀ ପରସ୍ପରକୁ ଭେଟି ସମ୍ମାନ ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି। ସମାଜକୁ ଏକତାର ସୂତ୍ରରେ ବାନ୍ଧିବା ଓ ଭାଇଚାରା ସୃଷ୍ଟି କରିବାରେ ଭେଟଘାଟ ପ୍ରମୁଖ ଭୂମିକା ନେଇଛି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ନୂଆଖାଇ ହେଉଛି ପ୍ରକୃତି ପ୍ରତି ସମ୍ମାନ ଏବଂ ପ୍ରକୃତିର ଉପାସନା ବୋଲି ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ କହିଥିଲେ । ଶେଷରେ ସାମ୍ବାଦିକ ସୁଦର୍ଶନ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଭାକର ସାହୁ ଓ ଅଭିରାମ ପାତ୍ର କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିଥିଲେ।
ଆମ ସଂସ୍କୃତି ଆମ ପରମ୍ପରା ପକ୍ଷରୁ ନୂଆଁ ଖାଇ ଭେଟଘାଟ ପାଳନ





