ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ରାଜନାପଲ୍ଲୀ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଶବ ଶୋଭାଯାତ୍ରାକୁ ଟ୍ରକ୍ ଧକ୍କା ଦେବାରୁ ୪ ଜଣ ମହିଳାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିବା ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଶୋଭାଯାତ୍ରାରେ ଥିବା ଲୋକଙ୍କୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା। ସେହି ସମୟରେ ତପ୍ତପାଣି ରାସ୍ତା ଦେଇ ଆସୁଥିବା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଆହତଙ୍କୁ ନିଜ ଗାଡ଼ିରେ ଦିଗପହଣ୍ଡି ଡାକ୍ତରଖାନାକୁ ନେଇଥିଲେ। ପରେ ଅଗ୍ନିଶମ ବାହିନୀ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରିଥିଲା। ପ୍ରାଥମିକ ଚିକିତ୍ସା ପରେ ୫ ଜଣଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଟ୍ରକ୍କୁ ଜବତ କରି ତଦନ୍ତ ଚଳାଇଛି।
ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ଟ୍ରକ୍ ଧକ୍କା, ୫ ଗୁରୁତର





