ଲାଞ୍ଜିପଲ୍ଲୀ ସିଦ୍ଧ ବିନାୟକ ମନ୍ଦିରରେ ମୋହା ଆଡମ୍ବରରେ ଗଣେଶ ପୂଜା

Pradeep Kar

ବ୍ରହ୍ମପୁର, ୧୬/୯/୨୬; ଲାଞ୍ଜିପଲ୍ଲୀସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷର ଗଣେଶ ପୂଜା ଅତ୍ୟନ୍ତ ଆଡମ୍ବର, ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ପବିତ୍ର ଅବସରରେ ସକାଳ ୬ଟାରୁ ପ୍ରଭୁ ସିଦ୍ଧ ବିନାୟକଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସନ୍ଧ୍ୟା ସମୟରେ ମନ୍ଦିର ପ୍ରାଙ୍ଗଣରେ ୧୦୦୮ ଏବଂ ୧୦୮ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଳତି ସମୟରେ ମନ୍ଦିର ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। ଏହାପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ସ୍ୱରୂପ ହଲୱା ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଆୟୋଜିତ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁ ସିଦ୍ଧ ବିନାୟକଙ୍କ ଗୁଣଗାନ କରିଥିଲେ। ଭଜନ ଓ ସାଂସ୍କୃତିକ ପରିବେଷଣରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ମନ୍ଦିର ଟ୍ରଷ୍ଟର ସଦସ୍ୟ, କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ମନ୍ଦିର ଟ୍ରଷ୍ଟର ସଭାପତି କେ. ଭେଙ୍କଟେଶ୍ୱରୀ, ସହସଭାପତି ପି. ଗଣେଶ ରେଡ୍ଡୀ, ସମ୍ପାଦକ ଉମାଶଙ୍କର, କୋଷାଧ୍ୟକ୍ଷ ହେମନ୍ତ କୁମାର ସିଂହଦେବଙ୍କ ସମେତ ଅଲେଖ ପାଣିଗ୍ରାହୀ, ଜଗନ୍ନାଥ ସାବତ, ଦୁର୍ଗା ସାବତ, କେ. କାଶୀପତ୍ର, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, କାନୁଭାଇ, ଲକ୍ଷ୍ମୀଶ୍ରୀୟା ପାଣିଗ୍ରାହୀ, ଲକ୍ଷ୍ମୀ ରେଡ୍ଡୀ, ଦିଲୀପ ବେହେରା, ତ୍ରିନାଥ ରେଡ୍ଡୀ, ବିଶ୍ୱନାଥ ପାତ୍ର, ନଦୀୟଙ୍କ ସମେତ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସକ୍ରିୟ ସହଯୋଗ କରିଥିଲେ। ସମସ୍ତଙ୍କ ସହଯୋଗରେ ଗଣେଶ ପୂଜା ମହୋତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Also Read

Tags