ବ୍ରହ୍ମପୁର: ୧୭.୦୯.୨୬ ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ଜୟନ୍ତୀ ଅବସରରେ ବ୍ରହ୍ମପୁର ମହାନଗର ବିଜେପି ପକ୍ଷରୁ ସ୍ଥାନୀୟ କୋର୍ଟପେଟା ଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜଳିତ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହାସହ ମୋଦୀଙ୍କ ରାଷ୍ଟ୍ରହିତ, ଲୋକାଭିମୁଖୀ ଯୋଜନା, ରାଜ୍ୟରେ ବିଜେପି ସରକାର ହେବା ପରେ ଆୟୁଷ୍ମାନ ଯୋଜନା ରେ ଜନକଲ୍ୟାଣ ହୋଇଥିବା ସହ ଆଗାମୀ ନିର୍ବାଚନରେ ମୋଦୀଙ୍କ ଏଭଳି ନିର୍ଭୀକ ସେବା ଜାରି ରହିବା ସକାଶେ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏହି ଅବସରରେ ବରିଷ୍ଠ ବିଜେପି ନେତା ରାମ କୁମାର ପାତ୍ର, ବିଷ୍ଣୁ ପଣ୍ଡା, ସୁଶାନ୍ତ ପାତ୍ର, ମହେଶ ବାରତୀୟ, ନାରୟଣ ବେହେରା, ଅଖିଳ ସାହୁ, ଭଗବାନ ଭୂୟାଁ, ଉମାକାନ୍ତ ପାଣିଗ୍ରାହୀ, ଵାପିନି ପଣ୍ଡା, ଗୋରୀ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ମୋଦୀଙ୍କ ଜନ୍ମଦିନରେ ଦୀପ ଜାଳିଲେ ବିଜେପି ନେତା ଓ କର୍ମୀ





