ବ୍ରହ୍ମପୁର, ୨୧/୦୯ ଅକ୍ଟୋବର ୧୦ ତାରିଖଠାରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ଗୋଷାଣୀ ନୂଆଗାଁ ଠାରେ ପ୍ରସିଦ୍ଧ ମା’କାଳୁଆ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶୁଭ ଖୁଣ୍ଟି ସ୍ଥାପନ ସହ ବୈଠକ ଆୟୋଜନ କରାଯାଇ ଯାତ୍ରା ସମ୍ପର୍କରେ ସୂଚନା ଦିଆଯାଇଥିଲା । ସଭାପତି ଜଗନ୍ନାଥ ଚୌଧୁରୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ନରସିଂହ ଚୌଧୁରୀ, ସୋମନାଥ ନନ୍ଦ, କୃଷ୍ଣଚନ୍ଦ୍ର ପାଢ଼ୀ, ରିଟୁ ପଣ୍ଡା, ହେମନ୍ତ ପଣ୍ଡା, ଶିଶିର ପଣ୍ଡା, ଶ୍ରୀକାନ୍ତ ସାହୁ, ନିରଞ୍ଜନ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । ଶୁଭ ଖୁଣ୍ଟି ସ୍ଥାପନ ଅବସରରେ ସ୍ଥାୟୀ ମନ୍ଦିର ରୁ ଆଜ୍ଞାମାଳ ଅଣାଯିବା ପରେ ମା ଙ୍କ ଅସ୍ଥାୟୀ ମନ୍ଦିର ରେ ପୂଜାର୍ଚ୍ଚନା କରାଯିବାପରେ ଯଥାରୀତି ନିୟମ ଅନୁଯାୟୀ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମାଁକାଳୁଆଙ୍କ ପ୍ରତିଦିନ ପରିକ୍ରମା କରାଯିବ ବୋଲି ସୂଚନା ଦିଆଯାଇଥିଲା। ମା’ଙ୍କ ଆମନ୍ତ୍ରଣ ସହ କଳସଯାତ୍ରା ଅନୁଷ୍ଠାନ ମଣ୍ଡପରେ ବିଜେ କରାଯିବ । ଏହି ଯାତ୍ରା ପାଇଁ ଗୋଷାଣୀନୂଆଗାଁ ଥାନା ପୋଲିସ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ନିଆଯାଇଛି।
ମା’କାଳୁଆ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ସହ ଶୁଭ ଖୁଣ୍ଟି ସ୍ଥାପନ





