କଳାହାଣ୍ଡି ଜିଲ୍ଲାରେ କର୍ମଜୀବୀ ସାମ୍ବାଦିକ ସଂଘର ଜିଲ୍ଲା କମିଟି ଗଠିତ

Pradeep Kar

କଳାହାଣ୍ଡି ଜିଲ୍ଲା ଭାରତୀୟ ସାମ୍ବାଦିକ ସଂଘ ସହ ଅନୁବନ୍ଧିତ କର୍ମଜୀବୀ ସାମ୍ବାଦିକ ସଂଘର ଜିଲ୍ଲା କମିଟି ମଙ୍ଗଳାବାର ଗଠନ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅମଲା ଭବନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଏବଂ ରାଜ୍ୟ ନିର୍ବାଚନ କମିଶନର ଶରତ ଚନ୍ଦ୍ର ଦାଶ ଉପସ୍ଥିତ ରହି ଥିଲେ। ନବନିର୍ବାଚିତ କଳାହାଣ୍ଡି ଜିଲ୍ଲା ସଭାପତି ହେମନ୍ତ କୁମାର ରାଏ ,ଉପସଭାପତି ବିଜୟ ଭୂଷଣ ଦଣ୍ଡସେନା, ସାଧାରଣ ସମ୍ପାଦକ ଆଶୁତୋଷ ପୁରୋହିତ, ସମ୍ପାଦକ ଭୂପେଶ ତିୱାରୀ, ମହାଦେବ ଖଣ୍ଡୁଆଲ, ଦୁଲେନ୍ଦ୍ର କୁମାର ମେହେର, କୋଷାଧ୍ୟକ୍ଷ ପ୍ରଭାକର ସେଠୀ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।କଳାହାଣ୍ଡି ଜିଲ୍ଲା ସଂଘର କାର୍ଯ୍ୟ କର୍ତ୍ତା ମାନେ ବହୁ ସଂଖ୍ୟା ରେ ବୈଠକ ରେ ଯୋଗଦାନ କରିଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଙ୍କ ଜନ୍ମଦିନ ପାଳନ କରାଯାଇଥିଲା,ସେ ସାମ୍ବାଦିକମାନଙ୍କୁ ଏକଜୁଟ ହୋଇ ସଂଘକୁ ସୁଦୃଢ଼ତା ଓ ସାମ୍ବାଦିକଙ୍କ ହିତ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ।

Also Read

Tags