ଛତ୍ରପୁର, ୩/୧୧: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ଅଧିକାରର ସୁରକ୍ଷା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଗଞ୍ଜାମର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରାଙ୍କୁ ସମ୍ମାନିତ କରାଯାଇଛି।ପ୍ରତିଷ୍ଠା ଦିବସ ଅବସରରେ ଶିଶୁମାନଙ୍କ ଅଧିକାରର ସୁରକ୍ଷା, ସେମାନଙ୍କ କଲ୍ୟାଣ ଓ ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ଅସହାୟ, ଅବହେଳିତ ଓ ଅସୁବିଧାରେ ଥିବା ଶିଶୁମାନଙ୍କୁ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।
ଓଏସ୍ସିପିସିଆର୍ର ପ୍ରତିଷ୍ଠା ଦିବସ ପାଳିତ, ସମ୍ମାନିତ ହେଲେ ଗଞ୍ଜାମ ଡିଏସ୍ଡବ୍ଲ୍ୟୁଓର ବିଜୟଲକ୍ଷ୍ମୀ ବେହେରା





