ବରଗଡ଼: ଗାଇସିଲେଟ ବ୍ଲକ କନ୍ଧାଗାଡ ଗ୍ରାମର ପିଇଓ କାର୍ତ୍ତିକ ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସମ୍ବଲପୁର ଡିଭିଜନର ଭିଜିଲାନ୍ସ ଟିମ୍ ଏକକାଳୀନ ତାଙ୍କ ବାସଭବନ ଓ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟରେ ଯାଞ୍ଚ କରୁଛି।ଚଢ଼ାଉ ବେଳେ ଆଲିସାନ ଘର, ପିକଅପ୍, ସ୍କର୍ପିଓ, ଟ୍ରାକ୍ଟର ଓ ୩ଟି ମୋଟରସାଇକେଲ ସମେତ ନଗଦ ଟଙ୍କା, ଏଟିଏମ୍ କାର୍ଡ ଓ ଜମିଜମା କାଗଜପତ୍ର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ସମ୍ପୂର୍ଣ୍ଣ ଯାଞ୍ଚ ପରେ ସମ୍ପତ୍ତିର ପ୍ରକୃତ ଆକଳନ ଜଣାପଡ଼ିବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ I
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ





