ଅଶୋକ ନଗର ଯୁବକ ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ

Pradeep Kar

ବ୍ରହ୍ମପୁର, ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅଥିତି ଭାବେ ଡେପୁଟି ମେୟର ବିବେକ ରେଡ୍ଡୀ, ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ପୂର୍ବତନ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବରିଷ୍ଠ ବିଜେଡି ନେତା ଭୀମସେନ ଦଳେଇଙ୍କ ସମେତ କମିଟି ସଭାପତି ତଥା ୩୨ ନଂ ୱାର୍ଡ କର୍ପୋରେଟର ସୁରେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ସୁଦୀପ ସାହୁ, ବିକ୍ରମ ଜେନା,ସୂରଜ ମହାରଣା ଓ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହିଥିଲେ। ବର୍ତମାନ ବର୍ଷା ସତ୍ତ୍ୱେ ମଧ୍ୟ ଯୁବଗୋଷ୍ଠୀଙ୍କ ଉତ୍ସାହରେ ରକ୍ତଦାନ ଶିବିର ଚାଲିଥିବାବେଳେ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି ମୂଖ୍ୟ ଆୟୋଜକ ଏ. ସନ୍ତୋଷ ପାତ୍ର ସୂଚନା ଦେଇଛନ୍ତି ।

Also Read

Tags