ଲାଇନପଡ଼ା ରେ ସାମାଜିକ ନାଟକ ମଞ୍ଚସ୍ଥ

Pradeep Kar

ଚକାପାଦ ୨୨/୯(ନିପ୍ର ) ଚକାପାଦ ବ୍ଳକ ଲାଇନପଡ଼ା ରେ ବିନାୟକ ଯୁବକ ସଙ୍ଘ ପକ୍ଷରୁ ଗଣେଶ ପୂଜାଅବସର ରେ ସାମାଜିକ ନାଟକ ‘ଗୁହାରି ଶୁଣ ଦୀନବନ୍ଧୁ ‘ମଞ୍ଚସ୍ଥ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ୱାର୍ଡ ସଭ୍ୟା ମମତା ନାୟକ, ମୁଖ୍ୟ ବକ୍ତା ଭାବେ ବିଡ଼ିଓ ହୃଦରଞ୍ଜନ ସାହୁ, ସନମାନିତ ଅତିଥି ଭାବେ ପ୍ରାକ୍ତନ ସରପଞ୍ଚ କିଶୋର କହଁର, ପ୍ରାକ୍ତନ ପୁଲିସ ଅଫିସର ସୁଧୀର ଦିଗାଲ, ପୂର୍ବତନ ଏସବିଆଇ ବିଏମ ପ୍ରଦୀପ ମଲ୍ଲିକ, ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ, ବିଜେପି ପଞ୍ଚାୟତ ସଭାପତି ଶଶି ଭୂଷଣ ବେହେରା, ବିଜେଡି ସଭାପତି ଅଶ୍ଵିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ନାଟକ ଦେଖିବାପାଇଁ ବହୁ ଦୂରଦୂରାନ୍ତର ରୁ ଦର୍ଶକ ଆସିଥିଲେ। କାର୍ଯ୍ୟକ୍ରମ କୁ ସଙ୍ଘ ର ସଭାପତି ଚନ୍ଦନ ପାତ୍ର, ଉପସଭାପତି ରଙ୍ଗସତ୍ୟ ବେହେରା,ସମ୍ପାଦକ ମୁନିଦ୍ର ବେହେରା, କୋଷାଧକ୍ଷ ରୋହିତ କୁମାର ବେହେରା, ସାଂସ୍କୃତିକ ସଭାପତି ଦିଗାମ୍ବର ନାୟକ ପରିଚାଳନା କରିଥିଲେ।

Also Read

Tags