ଦଶପଲ୍ଲା:-୨୨/୦୯ ଦଶପଲ୍ଲା ପ୍ରକଳ୍ପ ଅଧିକାର, ଦଶପଲ୍ଲାଙ୍କ ଆୟୋଜନ କ୍ରମେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦଶ ନମ୍ବର ୱାର୍ଡର କାଉନସିଲର ଶସନ୍ଧ୍ୟାରାଣୀ ପ୍ରଧାନଙ୍କ ପୌରହିତ୍ୟରେ ହରିଡ଼ାବାଡ଼ି ସ୍ଥିତ ଅଙ୍ଗନବାଡି ସଭା ଗୃହରେ ଏବଂ ଵାଣିଗୋଛା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଆୟୋଜନ କ୍ରମେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଟି. ପି. ସି. ଓ. ଡ଼ି.ଏଲ ଦ୍ୱାରା ମହିଳା ଓ ବୃଦ୍ଧ ବୃଦ୍ଧା ରୋଗୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ପରାମର୍ଶ ଯୋଗାଇଦେବା ଲକ୍ଷ୍ୟ ନେଇ ଏ ଶିବିର ଅନୁଷ୍ଠିତ ହୋଇଯାଇଛି। ଗରିବ ମହିଳା ଓ ବୃଦ୍ଧ ବୃଦ୍ଧା ଏ ଶିବିରରେ ଯୋଗଦାନ କରି ରୋଗର ଉପଶମ ଓ ନିରାକରଣ ପାଇଁ ସଚେତନ ହେବା ସହିତ ଓଷଧ ଗ୍ରହଣ କରି ଆନନ୍ଦ ଅନୁଭବ କରିଛନ୍ତି।
ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ





