ଲୁହା ରଡ଼ ଚୋରି ଅଭିଯୋଗ ରେ ଜଣେ ଗିରଫ

Pradeep Kar

ଦଶପଲ୍ଲା :-୨୨/୦୯ ଦଶପଲ୍ଲା ରେ ଦିନକୁ ଦିନ ବିଭିନ୍ନ ଚୋରି ବଢ଼ି ଚାଲିଥିବା ବେଳେ ଦଶପଲ୍ଲା ପୋଲିସ ପାଇଁ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। କେତେବେଳେ ଟ୍ରାନ୍ସଫର୍ମେର ଚୋରି ତ କେତେବେଳେ ଲୁହା ରଡ଼ ଚୋରି, କେତେବେଳେ ମୋବାଇଲ ଚୋରି ତ କେତେବେଳେ ଘରୁ ଟଙ୍କା,ଅଳଙ୍କାର ଚୋରି ଏଭଳି ଘଟଣା ଘଟି ଚାଲିଛି। ତେବେ ସୋମବାର ଦିନ ଦ୍ୱାରଗାଁ ଆଦର୍ଶ ବିଦ୍ୟାଳୟ ର ଛାତ୍ର ନିବାସ କାମ ପାଇଁ ଥିବା ଲୁହା ରଡ଼ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଦଶପଲ୍ଲା ପୋଲିସ ସି ସି ଟିଭି ଯାଞ୍ଚ ପରେ ଦ୍ୱାରଗାଁ ବିରଞ୍ଚି ବରାଡ଼ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ସୂଚନା ଦେଇଛନ୍ତି। ତେବେ ପୋଲିସ ପେଟ୍ରୋଲିଙ୍କ କୁ ବ୍ୟାପକ କରିବା ଦରକାର ବୋଲି ସାଧାରଣ ରେ ଆଲୋଚନା ହେଉଛି।

Also Read

Tags