ବ୍ରହ୍ମପୁର, ବ୍ରହ୍ମପୁର ମହାନଗର ଵିଜୁ ଜନତା ଦଳ ପକ୍ଷରୁ ନୂତନ ଭାବେ ଗଠନ ହୋଇଥିବା ମହାନଗର କମିଟିର ସଭାପତି ଏବଂ ମହାନଗର ଯୁବ କାର୍ଯ୍ୟକାରୀ ସଭାପତି ଦ୍ବୟ ଙ୍କୁ ୱାର୍ଡ ଏବଂ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଲକ୍ଷ୍ମୀନୃସିଂହ ସାହି ଛକ ନିକଟରେ ଥିବା ଶନିଶ୍ଵର ମନ୍ଦିର ନିକଟରେ। କର୍ପୋରେଟର ସନ୍ତୋଷ କୁମାର ସେଠୀ, ଆଇନଜୀବୀ ଅସିତ କୁମାର ସାବତ, ପୂର୍ବତନ କର୍ପୋରେଟର ଲକ୍ଷ୍ମୀ ସେଠୀ, ମହିଳା ନେତ୍ରୀ ଲକ୍ଷ୍ମୀ ପାଢ଼ୀ, ବାବୁଲା ଦାଶ, ଭଗବାନ ସାହୁ, ଡାଇରେକ୍ଟର ପ୍ରକାଶ ମହାରଣା ସମେତ ବିଶ୍ଵକର୍ମା ମନ୍ଦିର କମିଟି ସଭାପତି ଓ ଅନ୍ୟାନ୍ୟ ସଦସ୍ୟ ଭଗତ ସିଂହ ଯୁବକ ସଂଘ,ଅଟୋ ଚାଳକ ସଂଘ, ବ୍ୟବସାୟ ସଂଘ ଏବଂ ସ୍ଥାନୀୟ ଅଳରେ ବହୁ ବରିଷ୍ଠ ବ୍ୟକ୍ତି ସହ ବହୁ ଆଇନଜୀବୀ ଓ ପୂର୍ବତନ ଛାତ୍ର ନେତା ସମେତ ବହୁ ଛାତ୍ର ମହିଳା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ନବ ନିଯୁକ୍ତ ସଭାପତି ଦ୍ବୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଅଞ୍ଚଳର ଅଭାବ ଅସୁବିଧା ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମିଳିତ ଭାବେ ଲଢେ଼ଇ କରି ଆମ ନ୍ୟାର୍ଯ୍ୟ ଅଧିକାର ହାସଲ କରିବା ବୋଲି ମତ ପ୍ରକାଶ କରିଥିଲେ।
ନବ ନିଯୁକ୍ତ ମହାନଗର କର୍ମକର୍ତ୍ତାଙ୍କୁ ବିପୁଳ ସମ୍ବର୍ଦ୍ଧନା





