ଦଶପଲ୍ଲା :-୨୨/୦୯ ଧାନ ଫସଲ ରେ ରୋଗ ପୋକ ଲାଗିବା ଅଭିଯୋଗ ପରେ କୃଷି ବିଭାଗର ତତ୍ପରତା ଦେଖିବାକୁ ମିଳିଛି। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମ ପଞ୍ଚାୟତର ମହାନ୍ତିପଲ୍ଲୀ ରାସ୍ତା ପାର୍ଶ୍ଵବର୍ତ୍ତୀ ପ୍ରଶାନ୍ତ କୁମାର ଘଣ୍ଟା, ଓ ବିଶ୍ଵନାଥ ପ୍ରଧାନ ଙ୍କପ୍ରାୟ ୧୦ଏକରରୁ ଅଧିକ ଜମି ଅଜଣା ରୋଗ ବ୍ୟାପି ଧାନ ଗଛ ହଳଦିଆ ପଡି ମୃତ୍ୟୁ ମୁହଁକୁ ଠେଲି ହୋଇଯିବା ଘଟଣା ଆଶଙ୍କା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଦିନ ସହକାରୀ କୃଷି ବିଭାଗ ର ଦୁର୍ଗାମାଧବ ବେହେରା ଓ ପାର୍ଥ ପଟ୍ଟନାୟକ କ୍ଷେତ୍ର ପରିଦର୍ଶନ କରି କ୍ଷେତ୍ର ର ସ୍ଥିତି ପରଖିଥିଲେ I ଏଥିସହିତ କୀଟ ନାଶକ ଓୌଷଧ ଦୋକାନୀ ସହିତ ମଧ୍ଯ ବିସ୍ତୃତ ଆଲୋଚନା କରିଥିଲେ I ତେବେ ଚାଷୀ ବାରମ୍ବାର କୃଷି ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ ବିଭାଗ ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଶୁଣିବାକୁ ମିଳୁଛି। ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ ବିଭାଗ ତରଫରୁ ମଙ୍ଗଳବାର ଦିନ ଚାଷୀ ଙ୍କ ସମସ୍ୟା ବୁଝିଛନ୍ତି। କୃଷି ଅଧିକାରିଣୀ ପାର୍ଥ ପଟ୍ଟନାୟକ ବୁଧବାରଦିନ ସାଇଣ୍ଟି ଫିକ ଟିମ ଆସିବା ପରେ ଜଣା ପଡ଼ିବ। ତେବେ ଏଠି ପ୍ରଶ୍ନ ଉଠୁଛି ଚାଷୀ କଣ ସବୁବେଳେ ଏମିତି ପ୍ରତାରିତ ହେବ ନା ଏଭଳି ସମସ୍ୟା ବାରମ୍ବାର ଘଟି ଚାଲିଥିବ? ଦେଖାଯାଉ ପ୍ରଶାସନ ଏଥିପାଇଁ କି ପଦକ୍ଷେପ ନେଉଛି ତାହା ଆଗାମୀ ସମୟ କହିବ।
ଧାନ ଜମିର ସ୍ଥିତି ପରଖିଲେ କୃଷି ବିଭାଗ ଟିମ୍





