ଆଜି ବ୍ରହ୍ମପୁର ସହର ପୁଣି ଦେଖିଛି କୃତ୍ରିମ ବନ୍ୟା । କିଏ ପ୍ରଶାସନକୁ ଦାୟୀ କରୁଛି ତ ଆଉ କିଏ ବିଏମ୍ସିକୁ ଦୋଷ ଦେଉଛି। ହେଲେ ଆଜିର ଏ ଅବସ୍ଥା ପାଇଁ କେବଳ ଦାୟୀ ରହିବେ ବାହାନା ନାଳ ଜବରଦଖଲକାରୀ। ଥରେ ସେହି ଜବରଦଖଲକାରୀ ଭାବନ୍ତୁ। ସେମାନେ ନାଳକୁ ଦଖଲ କରିବା ପରେ ଆଜି ସାରା ସହର ଜଳମୟ ହୋଇଛି। ଜଳବନ୍ଦୀ ଭିତରେ ଅନେକ ଲୋକ ରହିଛନ୍ତି। ଯେତେ ବେଳେ ପର୍ଯ୍ୟନ୍ତ ସାଧାରଣ ଲୋକଟିଏ ନିଜ ପାଇଁ ସ୍ୱର ଉଠାଇ ନାହିଁ, ଆଉ ଜବରଦଖଲକୁ ବିରୋଧ କରିନି କେବେବି ଏହି ସମସ୍ୟା ଦୂର ହେବନି। ସହର ଛୋଟ ଥିଲା ବାହାନା ନାଳ କେତେ ଓସାର ଥିଲା । ଏବେ ସହର ବଢ଼ିଗଲାଣି, କିନ୍ତୁ ସହରରୁ ବର୍ଷା ଜଳ ନିଷ୍କାସିତ କରୁଥିବା ବାହାନା ନାଳ ଅତି ସଂକୁଚିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ବିଏମ୍ସିକୁ ଦୋଷ ଦେବା ପରିବର୍ତ୍ତେ ନିଜେ ସତର୍କ ହୁଅନ୍ତୁ, ଆଉ ଜବରଦଖଲକୁ ସମସ୍ତେ ବିରୋଧ କରନ୍ତୁ। ନଚେତ ବ୍ରହ୍ମପୁର ସହରକୁ ବାରମ୍ବାର ଏଭଳି ଜଳବନ୍ଦୀର ସମ୍ମୁଖୀନ ହେବାକୁ ହେବ।
ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟା ।





