ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଯୁବମୋର୍ଚ୍ଚା ପକ୍ଷରୁ ୭୬ ୟୁନିଟ୍ ରକ୍ତ ସଂଗୃହୀତ

Pradeep Kar

ବ୍ରହ୍ମପୁର, ୨୫/୯ : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଦେଶ ସେବା କରିବା ସହ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ପବିତ୍ର ଜୟନ୍ତୀ ଅବସରରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନ୍ତର୍ଗତ କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଓ ସେବା ଭାରତୀର ସଂଯୋଜନାରେ ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟକ୍ରମରେ ୭୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାନ ମାଧ୍ୟମରେ ଅନ୍ୟର ଜୀବନ ରକ୍ଷା କରିବାର ଏହି ମହତ୍ କାର୍ଯ୍ୟରେ ଅନେକ ଯୁବ କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀ ଉତ୍ସାହର ସହ ଯୋଗଦାନ କରିଥିଲେ ।ଏହି ଶିବିରଟି ଶିବିର ସଂଯୋଜକ କମଲ ପାତ୍ରଙ୍କ ତତ୍ୱାବଧାନ ରେ ହେବା ସହ ବ୍ରହ୍ମପୁର ରକ୍ତଭଣ୍ଡାର ଓ ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବି ସୋମନାଥ ପାତ୍ର, ସେବା ଭାରତୀ ସଂଯୋଜକ ସୁରେଶ କୁମାର ବିଷୋୟୀ, ଗଞ୍ଜାମ ଓକିଲ ସଂଘ ସଭାପତି ସୀତାଂଶୁ ଶେଖର ପଣ୍ଡା, ବ୍ରହ୍ମପୁର ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ ଏବଂ ୩ ନମ୍ବର ୱାର୍ଡ କର୍ପୋରେଟର ସବିତା କୁମାର ସାହୁ ଉଦଘାଟନ କରିଥିଲେ । ଏହି ଅବସରରେ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଉପସଭାପତି ବି. ରବି ରାଓ, ଆଲୋକ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ପୋଲାଈ, ଜିଲ୍ଲା ସମ୍ପାଦକ ଅମର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶକ୍ତି ପଟ୍ଟନାୟକ, ସିରିଡ଼ି ବିକ୍ରମ, ଶ୍ରୀଧର ପାଳ, ମନୋଜ ପାଣିଗ୍ରାହୀ, ଶଙ୍କର୍ଷଣ ଜେନା, ଜଗନ ମହାପାତ୍ର, ଅର୍ଜୁନ ଦାସ, ନାଇଡ଼ୁ ଦିବାକର, ଲିଙ୍ଗରାଜ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଯୁବସମାଜ ସେଵୀ ଉପସ୍ଥିତ ଥିଲେ ।

Also Read

Tags