ବ୍ରହ୍ମପୁର, ୨୫/୦୯/୨୬: ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ୩୨ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ପୂଜା ଶୁକ୍ରବାର ସନ୍ଧ୍ୟାରେ ଉଦ୍ଯାପିତ ହେବା ସହ ଗଣେଶ ମୂର୍ତ୍ତିର ବିସର୍ଜନ କରାଯାଇଛି। ଏହି ଅବସରରେ ପ୍ରାୟ ୧୦୦୦ ଲିଟର କ୍ଷୀରରେ କ୍ଷୀରାଭିଷେକ କରାଯାଇ ଯଥାରୀତି ଓ ନିୟମ ଅନୁଯାୟୀ ଗଣେଶଙ୍କ ବିସର୍ଜନ ସମ୍ପନ୍ନ ହୋଇଥିଲା। ବିସର୍ଜନ କାର୍ଯ୍ୟକ୍ରମରେ ଅଶୋକ ନଗର ଓ ଏହାର ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ଗଣେଶଙ୍କ ଦର୍ଶନ କରିବା ସହ ଭକ୍ତିଭାବରେ ବିଦାୟ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ତଥା ୩୨ ନମ୍ବର ୱାର୍ଡର କର୍ପୋରେଟର ସୁରେନ୍ଦ୍ର ମହାରଣା, ପୂଜା ମୁଖ୍ୟ ଏ. ସନ୍ତୋଷ କୁମାର ପାତ୍ର, ବିକ୍ରମ ଜେନା, ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ସୁଦୀପ ସାହୁ, ସୂରଜ ମହାରଣା, ଆଦିତ୍ୟ ପଟ୍ଟନାୟକଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ।
୧୦୦୦ ଲିଟର କ୍ଷୀରରେ ଗଣେଶଙ୍କ ବିସର୍ଜନ





