ବିଶ୍ୱ ଫାର୍ମାସି ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 🌱

Pradeep Kar

ବ୍ରହ୍ମପୁର, ଆଜି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ, ଓଡ଼ିଶା ଏବଂ ରୋୟାଲ କଲେଜ ଅଫ୍ ଫାର୍ମାସି ଆଣ୍ଡ ହେଲଥ୍ ସାଇନ୍ସେସ୍, ବ୍ରହ୍ମପୁରର ମିଳିତ ସହଯୋଗରେ ରୋୟାଲ କଲେଜ ପରିସରରେ ବିଶ୍ୱ ଫାର୍ମାସି ଦିବସ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସତ୍ୟ ରଞ୍ଜନ ବେହେରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମକୁ ରୋୟାଲ ଫାର୍ମାସି କଲେଜର ଭାଇସ୍ ପ୍ରିନ୍ସିପାଲ ଶ୍ରୀ ଉମା ଶଙ୍କର ମିଶ୍ର ଏବଂ କଲେଜର ସମସ୍ତ ଅଫିସ୍ ଷ୍ଟାଫ୍ ସହଯୋଗ କରିଥିଲେ। ଏହାସହ ବୃକ୍ଷ ବନ୍ଧୁ ଫାର୍ମାସିଷ୍ଟ ଶ୍ରୀ ବନମାଳୀ ପ୍ରଧାନ, ସମାଜସେବୀ ଶ୍ରୀ ମନୋଜ କୁମାର ମହାପାତ୍ର, ଫାର୍ମାସି ଅଫିସର ଶ୍ରୀ ଚନ୍ଦନ କୁମାର ପାତ୍ର, ଶ୍ରୀ ଶିବ ଶଙ୍କର ସ୍ୱାଇଁ ଏବଂ ଶ୍ରୀ CH. ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।🌳 “ଗଛ ଲଗାଇବା, ପରିବେଶ ବଞ୍ଚାଇବା — ସୁସ୍ଥ ସମାଜ ଗଢ଼ିବା।” 🌿

Also Read

Tags