ଲାଠିରେ ଧୁମ୍‌ଧାମରେ ଗଣେଶ ପୂଜା ପାଳିତ

Pradeep Kar

ବ୍ରହ୍ମପୁର; ୨୬/୯: ଲାଠି ମଙ୍ଗଳବାର ସାହିସ୍ଥିତ ତ୍ରିନାଥ ମନ୍ଦିର ଯୁବ ସଂଘ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ସାହିରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ପୂଜା ଅବସରରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଯୁବ ସଂଘର ସଦସ୍ୟମାନେ ଭକ୍ତି ଓ ନିଷ୍ଠାର ସହ ପୂଜା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂଜାକୁ ନେଇ ସାହିବାସୀଙ୍କ ମଧ୍ୟରେ ମଧ୍ୟ ବେଶ୍‌ ଉତ୍ସାହ ଦେଖାଦେଇଥିଲା। ବହୁ ସଂଖ୍ୟାରେ ଭକ୍ତ ଓ ସ୍ଥାନୀୟ ଲୋକେ ପୂଜାସ୍ଥଳରେ ପହଞ୍ଚି ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ପ୍ରତିବର୍ଷର ପରମ୍ପରାକୁ ବଜାୟ ରଖି ଗଣେଶଙ୍କ ବିସର୍ଜନ ଅବସରରେ ସ୍ୱତନ୍ତ୍ର ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଶଗଡ଼ରେ ବିରାଜମାନ କରାଇ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ସମୟରେ ଯୁବକମାନେ ନୃତ୍ୟ କରି ଉତ୍ସବକୁ ଆହୁରି ଉତ୍ସାହଜନକ କରିଥିଲେ। ଆନନ୍ଦ ଓ ଉଲ୍ଲାସର ପରିବେଶ ମଧ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଶ୍ରଦ୍ଧାପୂର୍ବକ ଶ୍ରୀଗଣେଶଙ୍କ ବିସର୍ଜନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ତ୍ରିନାଥ ମନ୍ଦିର ଯୁବ ସଂଘର ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଗଗନ ପାତ୍ର, ତୋଫାନ ଗୌଡ଼, ମୁନା ଗୌଡ଼, ବଣ୍ଟି, ଆକାଶ, ପପୁ,ମୋନାଜ୍,ମହେଶ୍ୱର, ଅମର, ପ୍ରଶାନ୍ତ,ମୋହନ, ରାଜଙ୍କ ସମେତ ଅନ୍ୟ ସଦସ୍ୟମାନେ ପୂଜା ଓ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Also Read

Tags