ସର୍ଭର ଅଚଳ ହେଉନି ପଞ୍ଜୀକରଣ ହନ୍ତସନ୍ତ ହେଉଛନ୍ତି I ଏମକେସିଜିର ରୋଗୀ

Pradeep Kar

_ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବରୁ ରୋଗୀ ନିଦାନ ପରୀକ୍ଷା ପାଇଁ ହନ୍ତସନ୍ତ ହେଉଛନ୍ତି। ସର୍ଭର ଅଚଳ କାରଣରୁ ଗତ ଦୁଇ ଦିନ ହେବ ପଞ୍ଜୀକରଣ ହୋଇ ପାରୁନାହିଁ। ଏଭଳି ପରିସ୍ଥିତିରେ ଆଉଟ୍ ଡୋରର ୪ ହଜାରରୁ ଅଧିକ ଓ ଇନଡୋରର ୧୫ ଶହରୁ ଉର୍ଦ୍ଧ୍ୱ ରୋଗୀ ନିଦାନ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେଉଛି। କର୍ମଚାରୀମାନେ ବାଧ୍ୟ ହୋଇ ହାତରେ ଲେଖି ରୋଗୀଙ୍କ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ପ୍ରାୟ ୬ ହଜାର ରୋଗୀଙ୍କ ରିପୋର୍ଟ ହାତରେ ଲେଖି ସଠିକ୍ ସମୟରେ ରୋଗୀଙ୍କୁ ପ୍ରଦାନ କରିବା କଷ୍ଟଦାୟକ ଅଟେ। ଏଭଳି ସମସ୍ୟା କାରଣରୁ ଦୁଇ ଦିନ ହେବ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀ। ସଠିକ୍ ସମୟରେ ରିପୋର୍ଟ ନମିଳିବାରୁ ରୋଗୀଙ୍କ ଚିକିତ୍ସାରେ ବିଳମ୍ବ ହୋଇଛି।

Also Read

Tags