ପଦ୍ମଶ୍ରୀ ମୋହନ ନାୟକ ପୁରାତନ ଛାତ୍ରଛାତ୍ରୀ ସ୍ମୁତି କମିଟି ଦ୍ୱାରା ୪୩ ତମ ଶ୍ରାଦ୍ଧ ଦିବସ ପାଳିତ

Pradeep Kar

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ସମାଜସେବୀ,ପୂର୍ବତନ ବିଧାନସଭା, ଲୋକସଭା ସଦସ୍ୟ,ପୂର୍ବତନ ମନ୍ତ୍ରୀ ସମାଜର ଦଳିତ ଜାତି ଓ ଅନୁସୂଚିତ ଜନଜାତି ସେବକ ସ୍ବର୍ଗତ ମୋହନ ନାୟକଙ୍କ ୪୩ ତମ ଶ୍ରାଦ୍ଧ ଦିବସ ପାଳନ ଆଜି ୨୭/୦୯/୨୦୨୬ ରବିବାର ସକାଳ ୮ ଘଣ୍ଟା ସମୟରେ ପଦ୍ମଶ୍ରୀ ମୋହନ ନାୟକ ପୁରାତନ ଛାତ୍ରଛାତ୍ରୀ ସ୍ମୁତି କମିଟି ସାଧାରଣ ସମ୍ପାଦକ ଶ୍ରୀ ତ୍ରିନାଥ ନାୟକଙ୍କ ସୋଭାପତିତ୍ୱରେ ବ୍ରହ୍ମପୁର ସବରେଜଟ୍ରେ କାର୍ଯ୍ୟାଳୟ ଛକ ଠାରେ ଥିବା ପଦ୍ମଶ୍ରୀ ମୋହନ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଠାକ୍କୋର ବାପା ଆଶ୍ରମରେ ସ୍ଥାପିତ ଥିବା ମୋହନ ବାବୁଙ୍କ ପ୍ରତିମୂର୍ତ୍ତି ରେ ଦ୍ୱୀପ ପ୍ରଜ୍ଵଳନ ସହ ତିଳ ତର୍ପଣ ଦେଇ ଗୀତା ଭବନ ଠାରେ ନିରବ ପ୍ରାର୍ଥନା କରି ପାଳନ କରାଗଲା । ଏହି ଶ୍ରାଦ୍ଧ ଦିବସରେ ପୁରାତନ ଛାତ୍ରଛାତ୍ରୀ ଓ କମିଟି ସମ୍ପାଦକ କୃପାସିନ୍ଧୁ ହତା,ସନ୍ତାଷ ମଲ୍ଲିକ,ଲିଙ୍ଗରାଜ ଗମାଙ୍ଗ,ନାରାୟଣ ବେହେରା,ଫୁଲମଣୀ ନାୟକ,ବିଶ୍ୱନାଥ ନାୟକ,ଭାଲୁ ବେହେରା,ଲକ୍ଷଣ ନାୟକ,ସୁଖଦେଵ ମଲ୍ଲିକ ଙ୍କସହ ଆଶ୍ରମର ବହୁତ ଛୋଟ ପିଲା ମାନେ ଉପସ୍ଥିତ ଥିଲେ। ଶେଷରେ କମିଟି କଷାଦକ୍ଷ ଶ୍ରୀ ସନ୍ତୋଷ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Also Read

Tags