ବିଶ୍ୱ ପର୍ଯ୍ୟଟନ ଦିବସରେ ପ୍ରୋମୋ ରନ୍ ମାରାଥନ୍

Pradeep Kar

ଭବାନୀପାଟଣା: ୨୭.୦୯.୨୦୨୬ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଭବାନୀପାଟଣାରେ ଆୟୋଜିତ ହୋଇଛି ‘ପ୍ରୋମୋ ରନ୍’ ମାରାଥନ୍। ଆଜି ସକାଳ ୬ଟା ୩୦ ମିନିଟ୍ ସମୟରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ ଏହି ମାରାଥନ୍ ଆରମ୍ଭ ହୋଇ ବିନାୟକ କଲେଜଠାରେ ପହଞ୍ଚିଥିଲା। ପର୍ଯ୍ୟଟନର ପ୍ରଚାର-ପ୍ରସାର ସହ ଲୋକଙ୍କ ମଧ୍ୟରେ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ପ୍ରୋମୋ ରନ୍‌ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଭବାନୀପାଟଣାରେ ଦେଖିବାକୁ ମିଳିଥିଲା ଉତ୍ସାହର ମାହୋଲ୍। ସକାଳ ୬ଟା ୩୦ ମିନିଟ୍‌ରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ ହୋଇଥିଲା ‘ପ୍ରୋମୋ ରନ୍’ ମାରାଥନ୍। ବିଭିନ୍ନ ବର୍ଗର ଲୋକେ ଏଥିରେ ଉତ୍ସାହର ସହ ସାମିଲ ହୋଇଥିଲେ।ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ମାରାଥନ୍ ବିନାୟକ କଲେଜଠାରେ ପହଞ୍ଚିଥିଲା। ମାରାଥନ୍ ମାଧ୍ୟମରେ କଳାହାଣ୍ଡିର ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର-ପ୍ରସାର ସହ ପର୍ଯ୍ୟଟନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି କରିବାର ବାର୍ତ୍ତା ଦିଆଯାଇଥିଲା।

Also Read

Tags