ବ୍ରହ୍ମପୁର: ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ପର୍ଯ୍ୟଟନ ଭାରତ ତରଫରୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସାହିତ୍ୟ ଏକାଡେମୀ ସହଯୋଗରେ ଆୟୋଜିତ ତିନିଦିନିଆ ଜାତୀୟ ପର୍ଯ୍ୟଟନ ମହୋତ୍ସବ ଏବଂ ଲୋକକଳା ସମାରୋହ ସୋମବାର ସଫଳତାର ସହ ଶେଷ ହୋଇଯାଇଛି । ସାହିତ୍ୟ ଚର୍ଚ୍ଚା,କବିତା ଆସର,ଜାତୀୟ ଆଲୋଚନା ଚକ୍ର,ଚଳଚ୍ଚିତ୍ର ପ୍ରଦର୍ଶନୀ,ଲୋକକଳା, ମଞ୍ଚ ନାଟକ ସହ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ମିଳିତ ସମାହାର ମହୋତ୍ସବରେ ଦେଖିବାକୁ ମିଳିଥିଲା । ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ ସାଧାରଣ ସଭାରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧିକାର ଅଧ୍ୟକ୍ଷା ବବିତା ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ସଭାପତି ଇଂ.ଉମାଶଙ୍କର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାଙ୍କୁଡ଼,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସନତ କୁମାର ତରେଇ,ସଂସ୍କୃତି ପ୍ରେମୀ ଯାମିନୀ କାନ୍ତ ଦାସ,ବିଜେପି ନେତା କାହ୍ନୁ ଚରଣ ପତି, ସରୋଜ ସାବତ,ବିଜୟ ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ଶକ୍ତିଧର ରାଜଗୁରୁ,ସୁଦୀପ ସାହୁ,ନାଗେଶ୍ୱର ପୃଷ୍ଟି,ଗୋପାଳ ପଟ୍ଟନାୟକ,କାଳିଚରଣ ସାହୁ,ଇଂ.ଦୀପକ ରାଓ,ଅନିଲ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ । କଳା, ସଂସ୍କୃତି,ଭାଷା,ସାହିତ୍ୟ ଓ ପର୍ଯ୍ୟଟନକୁ ନେଇ ସବୁବର୍ଷ ଅନୁଷ୍ଠିତ ହେଉଥିବା ଜାତୀୟ ପର୍ଯ୍ୟଟନ ମହୋତ୍ସବର ପ୍ରଶଂସା ଅତିଥି ମାନେ କରିଥିଲେ । ମହୋତ୍ସବ ପାଇଁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି,ସାଂସ୍କୃତିକ ଟିମ ,ୟୁଟୁବର ଆୟୋଜକ କର୍ମକାର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଯାପନି ସନ୍ଧ୍ୟାର ମଞ୍ଚକୁ ଜାତୀୟ ସ୍ତରର କଳାକାର ରାଜ ଗୋପାଳ ପାଢ଼ୀ ସଂଚାଳନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ କାହ୍ନୁ ଚରଣ ରାଉତ,କାର୍ତ୍ତିକ ପାଣିଗ୍ରାହୀ , ସାଗରିକା ଆଚାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ଶେଷ ଦିନର ପ୍ରଥମ ଭାଗରେ ପର୍ଯ୍ୟଟକଙ୍କୁ ନେଇ ମାର୍କଣ୍ଡି ମୁହାଣ ଭ୍ରମଣ ଓ ସଫେଇ ସହ ଭୈରିବି ଦର୍ଶନ ଓ ପ୍ରସାଦ ସେବନ ହୋଇଥିଲା। ଅପରାହ୍ନରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ରାମଳିଲା ଓ କୃଷ୍ନଲୀଳା ମଂଚସ୍ଥ ହୋଇଥିଲା । କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ତିନିଦିନିଆ ଜାତୀୟ ପର୍ଯ୍ୟଟନ ମହୋତ୍ସବ ଉଦଯାପିତ





