ସମ୍ବଲପୁର-୨୯/୦୯ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥବା ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ଆଜି ଓଡ଼ିଶା ଭିଜିଲାନ୍ସ ଏକକାଳୀନ ତଲାସି ଚଳାଇଛି ସମ୍ବଲପୁର ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଓ ଅନ୍ୟ ସହାୟକ କର୍ମଚାରୀ ଏହି ତଲାସିରେ ସାମିଲ ଅଛନ୍ତି। ସମ୍ବଲପୁର ଧନକଉଡ଼ାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟର ୩ ବେଡ୍ରୁମ୍ ଫ୍ଲାଟ୍ ଏବଂ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ପ୍ରକୋଷ୍ଠରେ ତଲାସି ଚାଲିଛି। ଏହା ସହ ଭୁବନେଶ୍ବର ନନ୍ଦନକାନନ ରୋଡ଼ର ନନ୍ଦନ ବିହାରସ୍ଥିତ ଡୁପ୍ଲେକ୍ସ, ଜଟଣୀ ନିକଟ ବାରକୁଡ଼ାର ଇଣ୍ଡସ୍ କଲେଜ ଅଫ୍ ଇଞ୍ଜିନିୟରିଂ ପାଖରେ ଥିବା କୋଠା, ପୁରୀ ବାଲିଗୁଆଳିର ଟୋଟା ବେହେରା ସାହିସ୍ଥିତ ତିନିମହଲା କୋଠା ଏବଂ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ସୁଭାଷ ମାର୍ଗ ଓ ଅଶୋକ ନଗରସ୍ଥିତ ଦୁଇଟି ଦୁଇମହଲା କୋଠାରେ ମଧ୍ୟ ତଲାସି ଜାରି ରହିଛି ତଲାସି ଚାଲିଥିବାରୁ ଜବତ ସାମଗ୍ରୀ କିମ୍ବା ସମ୍ପତ୍ତିର ମୂଲ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଏଯାବତ୍ ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ I
ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: ସହକାରୀ ନିର୍ଦ୍ଦେଶକଙ୍କ ୭ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ





