ବ୍ରହ୍ମପୁର ତା 27.09.2026 ତାରିଖରେ ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମୁନିଟି ହଲରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ, ଗଂଜାମ ଜିଲ୍ଲା କାର୍ଯ୍ୟକାରିଣୀର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି ଡି. ମୋହନ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସଂପାଦକ ସଙ୍କର୍ଷଣ ପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ l ସଭାପତି ଶ୍ରୀ ରାଓ ଅଖିଳ ଭାରତ ରାଜ୍ୟ ପେନସନର ମହାସଂଘର ଡାକରାରେ ସର୍ବ ଭାରତୀୟ ଦାବୀ ଦିବସ ପାଳନ ଅବସରରେ ଭେଲିଡେସାନ ଏକ୍ଟ ପ୍ରତ୍ୟାହାର ଦାବୀ ସହ 12 ଦଫା ଦାବୀ ପୂରଣ ପାଇଁ 30.09.2026 ତାରିଖରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ10 ଘଣ୍ଟାରୁ ସନ୍ଧ୍ୟା 5 ଘଣ୍ଟା ଯାଏଁ ଧାରଣା କରିବା ଓ ସମ୍ମାନନୀୟ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାର ଦଫା ଦାବୀ ସମ୍ବଳିତ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର, ବ୍ରହ୍ମପୁରଙ୍କ ଜରିଆରେ ଦିଆଯିବ l ତିନି ଶହରୁ ଅଧିକ ପେନସନର ଯୋଗଦେବା ନିମିତ୍ତ ସମସ୍ତପ୍ରକାର ପ୍ରସ୍ତୁତି କରିବାପାଇଁ ସ୍ଥିର ହେଲା l ଦାବିଗୁଡିକ 2025 ମସିହାରେ ସଂସଦରେ ପାରିତ ଭେଲିଡେସାନ ଏକ୍ଟ ପ୍ରତ୍ୟାହାର l 1.1.2026 ପୂର୍ବରୁ ଅବସର ନେଇଥିବା ସରକାରୀ କର୍ମଚାରୀଙ୍କ ପେନସନ୍ ସଂଶୋଧନ ପାଇଁ ଅଷ୍ଟମ ବେତନ କମିଶନର କାର୍ଯ୍ୟ ପରିସରରେ Terms of reference ମଧ୍ୟରେ ରଖାଯାଉ l ସମସ୍ତ କର୍ମଚାରୀ ଓ ପେନସନର ମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଭତ୍ତା ଦିଆଯାଉ l 50% ମହାଙ୍ଗା ଭତ୍ତା ପେନସନରେ ମିଶାଯାଇ l ପେନସନର ପ୍ରଥମ ଦିନରୁ କେଶ୍ଲେସ୍ ଚିକିତ୍ସା ସୁବିଧା ଦିଆଯାଉ l ପେନସନ ନିର୍ଦ୍ଧାରଣ ରେ ଭେଦଭାବ ଦୂର କରାଯାଉ l NPS ଓ UPS କୁ ବାତିଲ କରାଯାଇ ସମସ୍ତଙ୍କୁ OPS ଦିଆଯାଉ l ବରିଷ୍ଠ ନାଗରିକଙ୍କୁ ରେଳ ଯାତ୍ରାରେ ପୂର୍ବପରି 50% ରିହାତି ଦିଆଯାଉ l କୋଭିଡ଼ ସମୟର 18 ମାସର ବକେୟା ଭତ୍ତା ଦିଆଯାଉ l ପେନସନରେ କମ୍ପ୍ୟୁଟେସନ ପରିଶୋଧ ଅବଧିକୁ ଦଶବର୍ଷ ଆଠ ମାସ କରାଯାଉ l ପେନସନ ପାଇବାର ପାଞ୍ଚ ବର୍ଷରେ 10% ବୃଦ୍ଧି ଏବଂ 80 ବର୍ଷ ପୂରଣ ପରେ ପ୍ରତ୍ୟେକ ପାଞ୍ଚବର୍ଷରେ 20% ବୃଦ୍ଧି କରାଯାଉ l ପେନସନର ଓ ବରିଷ୍ଠ ନାଗରିକଙ୍କ ଅଭିଯୋଗ ସମାଧାନ ପାଇଁ ଏକ କମିସନ ଗଠନ କରାଯାଉ l ଧାରଣା କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ କରିବାପାଇଁ ରାଜ୍ୟ ସଂଘର ଉପଦେଷ୍ଟା କେ. ନନ୍ଦେଶୁ ସେନାପତି, ନିରୀକ୍ଷକ ଏମ୍. ନରସିଂହ, ଯୁଗ୍ମ ସମ୍ପାଦକ ମହର୍ଷି ସିଂ, କୋଷାଧ୍ୟକ୍ଷ ନିରାକାର ଶାବତ, ସହ ସମ୍ପାଦକ ଡି. ଗୁରୁମୂର୍ତି ପାତ୍ର ,ସୁଭାଷ ଚନ୍ଦ୍ର ପଟ୍ଟନାୟକ, ରାଧାକୃଷ୍ଣ ପଣ୍ଡା, ରମାକାନ୍ତ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ l ପ୍ରଶାନ୍ତ କୁମାର ଦାସ, ଭାଗବଣ୍ଟା ସାହୁ, ରାମାନନ୍ଦ ଚୌଧୁରୀ, ନରସିଂହ ବେହେରା, ବି. ରଙ୍ଗ ପାତ୍ର, ତେଜେଶ୍ୱର ପଟ୍ଟନାୟକ, ଜି. ଦିବାକର ପାତ୍ର, ନାରାୟଣ ପାଣିଗ୍ରାହୀ, ଦଣ୍ଡପାଣି ରେଡ୍ଡୀ, ବିଶ୍ଵନାଥ ଦୋରା, ସନ୍ତୋଷ କୁମାର ସାହୁ, ଉପେନ୍ଦ୍ରନାଥ ବେହେରା, ରବୀନ୍ଦ୍ରନାଥ ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାସ, କୁମୁଦ ଚନ୍ଦ୍ର ବେହେରା, Y.ମନମୋହନ, ପ୍ରଦୀପ କୁମାର ଚୌଧୁରୀ, ଜୟନ୍ତ କୁମାର ପାଲ, ଡି. ସ୍ରିନିବାସ, ବିଜଯ କୁମାର ପଣ୍ଡା, ବି. ସତ୍ୟ ନାରାୟଣ, ରହିମ୍ ଖାଁ, ଗୋବର୍ଦ୍ଧନ ମହାନ୍ତି, ଉଦୟନାଥ ଚୌଧୁରୀ, ବସନ୍ତ କୁମାର ପାତ୍ର, ସୋମନାଥ ପ୍ରଧାନ, ପ୍ରଭାକର ବିଶୋଇ, ଏ. ମୋହନ ରାଓ, କିଶୋର ଚନ୍ଦ୍ର ସାହୁ ଡି. ଜନାର୍ଦନ ରାଓ, ଏହି ବୈଠକରେ ଯୋଗଦେଇଥିଲେ l




