ଭୁବନେଶ୍ୱର: ୨୯. ୯…୨୦୨୬ କୋଠଘର ଆମ ସାହିତ୍ୟ ପରିବାର ଆନୁକୂଲ୍ୟରେ କୋଠଘରରପ୍ରକାଶିକା-ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କବୟିତ୍ରୀ ସ୍ନେହଲତା ପାଢ଼ୀଙ୍କ ‘ନିଶବ୍ଦ ନିଶୀଥ’ ପୁସ୍ତକ ଲୋକାର୍ପିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଭାଷାବିତ୍ ତଥା ପଦ୍ମଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ମୁଖ୍ୟ ବରଣ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ‘ସ୍ମୃତି ସାନ୍ତ୍ୱନା’ର ସମ୍ପାଦିକା ସବିତାରାଣୀ ବେହେରା, ‘ସାରସ୍ୱତ ସମାଜ’ର ସମ୍ପାଦକ ପୂର୍ଣ୍ଣ ପଟ୍ଟନାୟକ ଏବଂ ‘ଗୋଧୂଳି’ର ସମ୍ପାଦିକା ବିମଳା ସିଂ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ସାହିତ୍ୟର ସାମାଜିକ ଭୂମିକା, ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ତଥା ପାଠକଙ୍କ ମଧ୍ୟରେ ପୁସ୍ତକ ପଢ଼ିବାର ଆଗ୍ରହ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ‘ନିଶବ୍ଦ ନିଶୀଥ’ ପରି ସାହିତ୍ୟକୃତି ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରୁ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ।ଲୋକାର୍ପିତ ପୁସ୍ତକର ସମୀକ୍ଷା କରିଥିଲେ ଭାଷାବିଜ୍ଞାନୀ ଡ. ଦେବାଶିଷୀ ମହାପାତ୍ର। ମଞ୍ଚ ପରିଚାଳନା କରିଥିଲେ ଚମକଚାନ୍ଦିନୀ ଦାଶ । ପ୍ରଥମ ପର୍ଯ୍ୟାୟରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି କବିତା ଆସରରେ ସଭାପତିତ୍ୱ କରିଥିଲେ କୋଠଘରର ସଭାପତି ପ୍ରଦୀପ୍ତ କୁମାର ସାହୁ। ପଚାଶରୁ ଊର୍ଦ୍ଧ୍ୱ କବି ଯୋଗଦେଇ ନିଜ ନିଜ କବିତା ପାଠ କରିଥିଲେ। କବିତା ଆସରର ସଂଯୋଜନା କରିଥିଲେ ସୌଦାମିନୀ ବେହେରା ଏବଂ ଜୟଶ୍ରୀ ପଟ୍ଟନାୟକ, ରଞ୍ଜିତା ତ୍ରିପାଠୀ,ମନୋରମା ମହାପାତ୍ର। ଉପସ୍ଥିତ ଥିଲେ ଲୋକନାଥ ପାଢ଼ୀ,କୋଠଘରର ସଦସ୍ୟ ହରପ୍ରିୟା ରାଉତ ,କାର୍ଯ୍ୟକରୀ ସଭାପତି ଆଶୁତୋଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
କୋଠଘର ପକ୍ଷରୁ ସ୍ନେହଲତା ପାଢ଼ୀଙ୍କ ‘ନିଶବ୍ଦ ନିଶୀଥ’ ପୁସ୍ତକ ଲୋକାର୍ପିତ





