ଗୁଜରାଟ ରେ ଆୟୋଜିତ ଜାତୀୟ ଏକତା ଦିବସ ୨୦୨୬ ରେ ଚମତ୍କାର ଓଡ଼ିଶୀ ନୃତ୍ୟ ପରିବେଷଣ, ବିଭିନ୍ନ ମହଲରୁ ପ୍ରଶଂସା

Pradeep Kar

ବ୍ରହ୍ମପୁର, ୨/୧୧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରି ଓଡ଼ିଶା ବ୍ରହ୍ମପୁର ଓ ଦିଲ୍ଲୀ ପାଇଁ ଗୌରବ ଆଣିଲେ ଗୁରୁ ଡ. ଅତସୀ ମିଶ୍ର, କଳା କଳ୍ପର ୧୮ ଜଣ ଶିଷ୍ୟଶିଷ୍ୟା ଓ ବ୍ରହ୍ମପୁରର ଗୁରୁ ସୁଭଶ୍ରୀ ସାବତଙ୍କ ନୃତ୍ୟଦଳ । ଉଭୟ ନୃତ୍ୟ ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ ଅତି ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରି ସଭିଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ଜାତୀୟ ଏକତା ଦିବସ ୨୦୨୬ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଗୌରବ ଆଣିଲେ କଳା କଳ୍ପର କଳାକାରମାନେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ଗୁରୁ ଡ. ଅତସୀ ମିଶ୍ର ଓ ତାଙ୍କ ଦଳର ଚିତ୍ତାକର୍ଷକ ପ୍ରଦର୍ଶନଗୁଜରାଟରେ ନଭେମ୍ବର୧ ରେ ଗୁଜରାଟର ବିଶ୍ୱପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିସରରେ ଆୟୋଜିତ ହୋଇଥିଲା । ରାଷ୍ଟ୍ରୀୟ ଏକତା ଦିବସ ୨୦୨୬ ଅବସରରେ ନୂଆଦିଲ୍ଲୀସ୍ଥିତ କଳା କଳ୍ପ ସାଂସ୍କୃତିକ ସଂସ୍ଥାନର ଓଡ଼ିଶୀ କଳାକାରମାନେ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରି ଓଡ଼ିଶା ଓ ଦିଲ୍ଲୀ ପାଇଁ ଗୌରବ ଆଣିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ଅନୁଷ୍ଠିତ ଏହି ଭବ୍ୟ ସାଂସ୍କୃତିକ ସମାରୋହରେ ସଂସ୍ଥାନର ପ୍ରତିଷ୍ଠାତା ନିର୍ଦ୍ଦେଶିକା ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଡ. ଅତସୀ ମିଶ୍ର ନିଜର ୧୮ ଜଣ ଶିଷ୍ୟଶିଷ୍ୟାଙ୍କ ସହିତ ଓଡ଼ିଶୀ ନୃତ୍ୟ ବିଭାଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଏହା ସହିତ ବ୍ରହ୍ମପୁରର ଓଡ଼ିଶୀ ନୃତ୍ୟଗୁରୁ ସୁଭଶ୍ରୀ ସାବତ ଓ ତାଙ୍କ ନୃତ୍ୟଦଳ ମଧ୍ୟ କଳା କଳ୍ପ ଦଳ ସହ ଯୋଗଦେଇ ଏହି ପ୍ରତିଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ପାଇଁ ଚୟନ ହୋଇଥିଲେ। ସଙ୍ଗୀତ ନାଟକ ଏକାଡେମୀର ଉଦ୍ୟମରେ ଆୟୋଜିତ ଏହି ବିଶାଳ ସାଂସ୍କୃତିକ ସମାରୋହ ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ରଗୁଡ଼ିକ ପକ୍ଷରୁ ବିଭିନ୍ନ ରାଜ୍ୟର କଳାକାରମାନଙ୍କୁ ଚୟନ କରାଯାଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫,୦୦୦ କଳାକାର ବିଭିନ୍ନ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷଣ କରି ‘ବିବିଧତା ମଧ୍ୟରେ ଏକତା’ର ଅନନ୍ୟ ବାର୍ତ୍ତା ପ୍ରଦାନ କରିଥିଲେ। ଗୁରୁ ଦେବପ୍ରସାଦ ଦାସଙ୍କ ଓଡ଼ିଶୀ ନୃତ୍ୟ ପରମ୍ପରାର ସାଧିକା ଡ. ଅତସୀ ମିଶ୍ର ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଶୀ ନୃତ୍ୟର ପ୍ରଚାରପ୍ରସାର ଓ ଯୁବ କଳାକାରଙ୍କ ପ୍ରଶିକ୍ଷଣରେ ନିୟୋଜିତ ଅଛନ୍ତି।ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏପରି ଏକ ଐତିହାସିକ ଜାତୀୟ ମଞ୍ଚରେ ଗୁରୁ ଡ. ଅତସୀ ମିଶ୍ର ଓ ଗୁରୁ ସୁଭଶ୍ରୀ ସାବତଙ୍କ ଦଳର ଅଂଶଗ୍ରହଣ ଓଡ଼ିଶାର କଳା, ସଂସ୍କୃତି ଓ ଗୁରୁ-ଶିଷ୍ୟ ପରମ୍ପରା ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି।“ବିବିଧ ସଂସ୍କୃତି, ଅନେକ ପରମ୍ପରା — ଏକ ଭାରତ, ଶ୍ରେଷ୍ଠ ଭାରତ।” ନୃତ୍ୟ ଶିଳ୍ପୀଙ୍କ ଏପରି ସଫଳତା ଲାଗି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । I

Also Read

Tags